କଟକ ଇନ କଟକ ଠାରେ ବନମହୋତ୍ସବ ଉଦ୍ଘାଟିତ

କଟକ ଇନ କଟକ ଠାରେ ବନମହୋତ୍ସବ ଉଦ୍ଘାଟିତ।।
ବର୍ଷା ଋତୁ ଆଗମନରେ ସହର ରେ ପ୍ଲାନ୍ତେଶନ କାର୍ଯ୍ୟକ୍ରମ ଆରମ୍ଭ ହେବା ସହ କଟକ ଇନ୍ କଟକ ଠାରେ ବନମହୋତ୍ସବ କାର୍ଯ୍ୟକ୍ରମର ଉଦ୍ଘାଟନ ସରିଛି। ସି ଏମ୍ ସି ତରଫରୁ ଆରମ୍ଭ ହୋଇଥିବା ଏହି ବନ ମହୋତ୍ସବ ଗୋଟିଏ ମାସ ଧରି ଚାଲିବ,କଟକ ସହର ର ଭିନ୍ନ ଭିନ୍ନ ସ୍ଥାନରେ ତଥା ପ୍ରମୁଖ ସ୍ଥାନ ଗୁଡିକରେ,CMC ର ସମସ୍ତ ପାର୍କ,ସ୍କୁଲ,କଲେଜ, ବ୍ଲକ ତଥା ଖୋଲା ଜାଗା ମାନଙ୍କରେ ଚାରା ରୋପଣ କରାଯିବ, ଚଳିତ ବର୍ଷ ୫ଲକ୍ଷ ଚାରା କଟକ ମହାନଗର ଅଞ୍ଚଳ ରେ ରୋପଣ କରାଯିବ,ଯାହାଦ୍ଵାରା ସହରର ସୋନ୍ଦର୍ୟ୍ଯ କରଣ ହେବା ସହ ସହରକୁ ପ୍ରଦୂଷଣ ମୁକ୍ତ କରାଯାଇ ପାରିବ।ଏହି ପରିପ୍ରେକ୍ଷୀରେ ହାଇ କୋର୍ଟ ର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିପି ଦାସ,CMC କମିଶନର ଙ୍କ ସମେତ ଅନେକ କର୍ପୋରେଟର, ବନଖଣ୍ଡ ଅଧିକାରୀ,ତଥା CMC ର ଅନେକ କର୍ମଚାରୀ ଯୋଗଦେଇ ସମୂହ ବୃକ୍ଷରୋପଣ କରିଥିଲେ ।ଗତ ବର୍ଷ ମଧ୍ୟ ବନ ମହୋତ୍ସବ ପାଳନ କରି ଚାରା ରୋପଣ ରେ ବିଫଳ ହୋଇଥିବା CMC, କିନ୍ତୁ ଚଳିତ ବର୍ଷ ଏକ ସ୍ବତନ୍ତ୍ର ଟିମ୍ ଦ୍ଵାରା ଏହାର ରକ୍ଷଣାବେକ୍ଷଣ କରାଯିବା ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ମେୟର ସୁବାଷ ସିଂ।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *