ମାଲକାନ ଗିରି ଜିଲ୍ଲାର ମୋଟୁ ବନବିଭାଗ ଦ୍ବାରା 500ଜିଅନ୍ତା କଇଁଚ ସହ ଚାରିଜଣ ଙ୍କୁ ଗିରଫ।

-ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ବନ ବିଭାଗ ଦ୍ବାରା ଆଜି ସକାଳେ ପ୍ରାୟ ୫୦୦ ରୁ ଉର୍ଦ୍ଧ କଇଁଛ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କଇଁଛ ଚୋରାଚାଲାଣ ସମ୍ପର୍କରେ ସଠିକ୍ ସୂଚନା ପାଇବା ପରେ ମୋଟୁ ବନ ବିଭାଗ କର୍ମଚାରୀ ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପଇଁତରା ମାରୁଥିଲେ। ଦୁଇଟି ପିକଅପ ଭ୍ୟାନ ଅତି ଦୃତ ଗତିରେ ଆନ୍ଧ୍ରପ୍ରଦେଶ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ଦୁଇ ପିକଅପ ଭ୍ୟାନକୁ ଅଟକାଇ ଥିଲେ। ପଚରାଉଚରା ବେଳେ ଜାଣିବାକୁ ପାଇଥିଲେ ଯେ ଗାଡ଼ିରେ ସାର(ଖତ)ନେଇ ଯାଉଥିଲେ। ତେବେ ଗାଡ଼ିକୁ ଭଲ ଭାବରେ ତଲାସି କରିବାରୁ ଗାଡି ଭିତରେ ଏକ କଣ୍ଟେନରରେ ପାଖାପାଖି ୫ ଶହ ଜିଅନ୍ତା କଇଁଛ ଦେଖିବାକୁ ମିଳିଥିଲା। ଅପରାଧିମାନେ ଏହି ଜିଅନ୍ତା କଇଁଛକୁ ଚଳଚ୍ଚିତ୍ର ପୁଷ୍ପା ଢଙ୍ଗରେ ତସ୍କରୀ କରୁଥିବା ବେଳେ ବନ ବିଭାଗ ସେମାନଙ୍କୁ ଗିରଫ କରିଛି। ଏତେ ପରିମାଣର କଇଁଛ ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ତସ୍କରୀ କରି ଆଣୁଥିଲେ। ମୋଟୁ ବନ ବିଭାଗ ୪ ଜଣଙ୍କୁ ଗିରଫ କରିଛି। ତେବେ ଜବତ କଇଁଛ ଏବଂ ଦୁଇ ପିକଅପ ଭ୍ୟାନ ଗାଡିକୁ ଏମଭି-୭୯ କାର୍ଯ୍ୟାଳୟରେ ରଖାଯାଇଛି।ମାମଲାର ତଦନ୍ତ ଜାରି ରହିଛି ବୋଲି ବନାଞ୍ଚଳ ଅଧିକାରୀ ରଶ୍ମୀରଂଜନ ସ୍ବାଇଁ ସୂଚନା ଦେଇଛନ୍ତି।
ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *