ବାଙ୍ଗଲାଦେଶୀ ବେଆଇନି ଅପରାଧ୍ବକ

କଟକ ସିଡିଏ ସେକ୍ଟର ୭ ସ୍ଥିତ ବାଲିଘାଟ ଗଡା ଠାରେ ଆଜକୁ ଦୁଇବର୍ଷ ହେବ କିଛି ଅନୁପ୍ରବେଶ କାରି ବାଙ୍ଗଲାଦେଶୀ ବେଆଇନି ଭାବେ ସରକାରୀ ଜମିରେ ଘରକରି ରହିବା ସହିତ ବେଆଇନି ଭାବେ ଏକ ମସଜିଦ୍ ଗଢି ଦେଶବିରୋଧୀ ଅପରାଧ୍ବକ କାର୍ଯ୍ୟ କଳାପ ସହିତ ଲିପ୍ତ ରହିଛନ୍ତି I ତତସହିତ ଆଇନ କୁ ଅବମାନନା କରି ଅତି ବିକଟାଳ ଭାବେ ଶବ୍ଦ ପ୍ରଦୂଷଣ କରିବା ଦ୍ବାରା ଉକ୍ତ ଅଞ୍ଚଳରେ ବସବାସ କରୁଥିବା ବାସିନ୍ଦା ମାନେ ଅନେକ ହଇରାଣ ହରକତ ହେଉଛନ୍ତି । ସେହି ମସଜିଦ୍ କୁ ଅନେକ ଅପରିଚିତ ଲୋକଙ୍କର ଯାତାୟାତ ରହୁଛି ।ଯାହାଫଳରେ ସେଠାରେ ଦେଶଦ୍ରୋହୀ କାର୍ଯ୍ୟ କଳାପର ସନ୍ଦେହ ଜାତ ହେଉଛି ।ଉକ୍ତ ଅଞ୍ଚଳର ଅଧିବାସୀ ମାନେ ଏହି ବିଷୟରେ ସେମାନଙ୍କୁ ପଚାରିବାରୁ ସେହି ଅନାକୃତ ଅନୁପ୍ରବେଶ କାରି ବାଙ୍ଗଲାଦେଶୀ ମାନେ ଏକତ୍ରିତ ହୋଇ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ମଧ୍ଯ ଦେଉଛନ୍ତି । ଯଥା ଶୀଘ୍ର ଆମ ଦାବି ଉପରେ ଆଲୋକପାତ କରି ଉକ୍ତ ଅଞ୍ଚଳକୁଅନୁପ୍ରବେଶ କାରୀଙ୍କ ଦ୍ବାରା ଜବରଦଖଲରୁ ମୁକ୍ତ କରିବା ସହିତ ବେଆଇନି ଭାବେ ଗଢ଼ା ଯାଇଥିବା ମସଜିଦ୍ କୁ ଉଚ୍ଛେଦ କରିବା ଦାବିରେ କଟକ ସୁରକ୍ଷା ସମିତି ଏବଂ ସିଡିଏ ଅଂଚଳ ବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛି l

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *