ମନୋନୀତ ପ୍ରାର୍ଥୀଙ୍କୁ ଚାକିରି ଦିଅ

ସିଆରପି ପଦବିରେ ତାଙ୍କ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦେଇ ସଦର ବିଧାୟକ ଇଂ ପ୍ରକାଶ ସେଠୀ ଚିଠି ଲେଖିବା
ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଶାସକ ଦଳର ଜଣେ ବିଧାୟକ ଏଭଳି ସିଧାସଳଖ ନିର୍ଦ୍ଦେଶ ଦେଇ କିଭଳି ଚିଠି ଲେଖିଲେ,ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ କନ୍ଦରପୁର ପଞ୍ଚାୟତର କୋରପଦା-୧ରେ ସିଆରପି ପଦବି ଖାଲି ପଡିଛି। ସେହି ପଦବି ପୂରଣ ପାଇଁ ସେ ମନୋନୀତ କରିଥିବା ପ୍ରାର୍ଥୀ ମିତାରାଣୀ ରାଉତଙ୍କୁ ସିଆରପି ଭାବେ ନିଯୁକ୍ତି ଦେବାକୁ ସେ ନିର୍ଦ୍ଦେଶ ଦେଉଛନ୍ତି ବୋଲି ଉଲ୍ଲେଖ କରି ନିଜ ପ୍ୟାଡରେ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ସଦର ବିପିଏମଙ୍କୁ ଚିଠି ଦେଇଥିଲେ। ଏଭଳି ସ୍ଥିତିରେ ବିଧାୟକଙ୍କ ଚିଠି ଉପରେ ସରକାରୀ ସ୍ତରରେ ଆଗକୁ କି ନିଷ୍ପତ୍ତି ନିଆଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟ ପଟେ ସଦର ବିଧାୟକ ଏହି ସମ୍ପର୍କରେ କିଛି ଜାଣି ନାହାନ୍ତି ଏବଂ ଏହା ଏକ ମିଥ୍ୟା ଖବର ତଥା ଉକ୍ତ ଚିଠି ସେ ଲେଖି ନାହାନ୍ତି, କି କାହା ପାଇଁ ସୁପାରିସ କରି ନାହାନ୍ତି, ବରଂ ତାଙ୍କ ପ୍ୟାଡ୍‌ରେ କେହି ଖଳପ୍ରକୃତିର ବ୍ୟକ୍ତି ଏଭଳି ଚିଠି ଲେଖି ତାଙ୍କୁ ନିନ୍ଦିତ କରୁଛି ବୋଲି କହିଛନ୍ତି। ଏଭଳି ଚିଠି ଲେଖିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସିଧାସଳଖ ପ୍ରତିକ୍ରିୟା ଦେଇଛନ୍ତି।୪/୯/୨୪ ତାରିଖର ବିଭିନ୍ନ ଖବର କାଗଜ ରେ ଏହି ଖବର ପ୍ରସାରିତ ହେବା ପରେ ଏହି ଘଟଣା କୁ ବିଭିନ୍ନ ମହଲ ରେ ତୀବ୍ର ନିନ୍ଦା କରାଯାଇଛି।ବିଧାୟକ ଭଳି ଦାୟିତ୍ଵ ବାନ୍ ପଦବୀ ରେ ରହି କିଭଳି ଏହି ନିର୍ଦ୍ଦେଶ ଦେଲେ ବା କିପରି ନିଜ ପ୍ୟାଡ ରେ ଲେଖିକି ଦେଲେ ତାହା ବର୍ତମାନ ସାଧାରଣ ରେ ଏକ ମୁଖ୍ୟ ପ୍ରଶ୍ନ ବାଚି ସୃଷ୍ଟି କରିଛି।ଚିଠି ଜାଲିଆତି ହୋଇଛି।

Leave a Reply

Your email address will not be published. Required fields are marked *