ଜାତୀୟ ଆଦିବାସୀ କର୍ଣିଭାଲ’କୁ ଗୁରୁବାର ସନ୍ଧ୍ୟାରେ ଉଦ୍‌ଘାଟନ

କଟକ ,କିଲ୍ଲା ପଡ଼ିଆରେ ଆୟୋଜିତ ଜାତୀୟ ଆଦିବାସୀ କର୍ଣିଭାଲ’କୁ ଗୁରୁବାର ସନ୍ଧ୍ୟାରେ ଉଦ୍‌ଘାଟନ କରି ମୁଖ୍ୟଅତିଥି ରୂପେ ଯୋଗଦେଇଥିବା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ବାଉଁଶଟୋପିର ଦୃଷ୍ଟାନ୍ତ ଆଧାରରେ କହିଲେ ଯେ ଏହିଭଳି ଆଦିବାସୀ ପ୍ରସ୍ତୁତ ପରିଧାନ ସାମଗ୍ରୀ ମଧ୍ୟ ଏକ‘ଟ୍ରେଣ୍ଡ’ ହୋଇପାରିବ ଏବଂ କଟକ ଭଳି ପ୍ରାଚୀନ ଓ ଅତ୍ୟାଧୁନିକ ସହରରୁ ଏହାର ଆରମ୍ଭ ଆଶା କରାଯାଇପାରେ ।’ପରିଚୟ ଫାଉଣ୍ଡେସନ ଦ୍ବାରା ଆୟୋଜିତ ଏହି ୧୧ଦିନିଆ ମେଳାର ଉଦ୍‌ଘାଟନା ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କଟକ ମେୟର ସୁବାସ ସିଂହ ରାଜ୍ୟର ଆତ୍ମା ଏହି ଜନଜାତିଙ୍କ ହସ୍ତକଳା ଓ ନୃତ୍ୟ ସଙ୍ଗୀତର ପ୍ରସାର ପ୍ରଚାର ଏ ମେଳାର ଉଦ୍ଦେଶ୍ୟ ବୋଲି ଦଶାଇଥିଲେ। ସମ୍ମାନିତ ଅତିଥ୍‌ ଭାବେ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟଳ, ନୟନ କିଶୋର ମହାନ୍ତି, ଆଶୀର୍ବାଦ ବେହେରା, ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ‘ଭାରତ ମସଲା ଉଦ୍ୟୋଗର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ଓ ଏମ୍ ଏସ ଏମ ଇ ର ଡିଏଫ୍ଓ ସହନିର୍ଦ୍ଦେଶକ ଶିବାନନ୍ଦ ରାୟ ଯୋଗଦେଇ ଏଇକି ମେଳାର ଆୟୋଜନକୁ ସ୍ବାଗତ କରିଥିଲେ । ଏହି ମେଳାରେ ସମୁଦାୟ ୧୩୦ଟି ଷ୍ଟଲ ଖୋଲାଯାଇଛି। ଆସାମ, ଭତ୍ତରାଖଣ୍ଡ, ଝାଡ଼ଖଣ୍ଡ, ବଙ୍ଗଳା, କେରଳ, ଗୁଜରାଟ, ଉତ୍ତରପ୍ରଦେଶ, ଜାମ୍ମୁକାଶ୍ମୀର ଆଦି ୧୬ଟି ରାଜ୍ୟ ଓ ଓଡ଼ିଶାର ୧୧ଟି ଆଦିବାସୀ ବହୁଳ ଜିଲ୍ଲାର ଆଦିବାସୀ ବ୍ୟବସାୟୀ, କଳାକାର ସେମାନଙ୍କ ଜନସମ୍ପଦ, ପାରମ୍ପରିକ ଖାଦ୍ୟଶସ୍ୟ, ଲୋକକଳା, ହସ୍ତଶିଳ୍ପ ଓ ନୃତ୍ୟସଙ୍ଗୀତର ପ୍ରଦର୍ଶନ ପାଇଁ ଏଥିରେ ସାମିଲ ହୋଇଛନ୍ତି । ଝାରଖଣ୍ଡ ଖୁଣ୍ଟି ଗ୍ରାମରୁ ଆସିଥିବା ଗୁରୁ ଲକ୍ଷ୍ମଣ ଭୁରିଆ ଙ୍କ ନୃତ୍ୟ ଓ ବାଦ୍ୟଦଳ ମୁଣ୍ଡାରୀ ନୃତ୍ୟ ସାଙ୍ଗକୁ ନାଗଡ଼ା ଓ ଢୋଲ ବାଦ୍ୟ ପରିବେଷଣ କରିଥିଲେ । ସୁନ୍ଦରଗଡ଼ ରାଜଗାଙ୍ଗପୁରର ଗୁରୁ ସୁନୀତା ମିଞ୍ଜଙ୍କ ‘ ମୁସ୍କାନ ଓରାମ’ ନୃତ୍ୟଦଳ ଆଦିବାସୀ ଓରାମ୍ ନୃତ୍ୟ ଏବଂ ଗୁରୁ ସୁନୀତା କେରକେଟାଙ୍କ ନିର୍ଦେଶନାରେ ଖଡ଼ିଆ ଜନଜାତିର ଶିଳ୍ପୀମାନେ କରମା ନୃତ୍ୟ ପରିବେଷଣ କରିଥିଲେ ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *