ଭୁବନରେ ମହା ସମାରୋହରେ ପାଳନ ହେଉଛି ଗଣେଶ ପୂଜା, ଶ୍ରଦ୍ଧାଳୁଙ୍କ ମନ ମୋହୁଛି ଶ୍ରୀମନ୍ଦିର ତୋରଣ,

Bhuban / Papu sahoo

ସାରା ରାଜ୍ୟରେ ପ୍ରଭୁ ଗଜାନନଙ୍କର ପୂଜା ବଡ ଧୁମ୍ ଧାମରେ ପାଳନ କରାଯାଉଥିବା ବେଳେ, ତାଳଚେର ଓ ଜଟଣି ର ପ୍ରସିଦ୍ଧ ଗଣେଶ ପୂଜା କୁ ଅନୁକରଣ କରି ପରେ ଭୁବନ ରେ ମଧ୍ୟ ବିଗତ ୨୫ ହଜାର ଟଙ୍କା ବର୍ଷ ଧରି ବିଭିନ୍ନ କ୍ଲବ ପକ୍ଷରୁ ଆୟୋଜିତ ହେଉଛି ଗଣେଶ ପୂଜା l ଶ୍ରୀ ଗଣେଶ ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ଚଳିତ ବର୍ଷ ୧୦ ଦିନ ଧରି ପାଳିତ ହେବ ଗଣେଷ ପୂଜା । ତିନିଦିନ ଧରି ଚାଲିବ ମେଳଣ ମହୋତ୍ସବ, ସବୁଠୁ ବଡ଼ କଥା ହେଉଛି ଚଳିତ ବର୍ଷ ଭୁବନର ଗଣେଷ ପୂଜାରେ ବିଦେଶୀ ପର୍ଯ୍ୟଟକ ଦେଖିବାକୁ ମିଳିଛି। ସୁଦୂର ଶ୍ରୀଲଙ୍କା ଓ ହାଇଦ୍ରାବାଦରୁ ୩ ଜଣ ପର୍ଯ୍ୟଟକ ଦେଖିବାକୁ ଆସିଛନ୍ତି ଭୁବନର ଗଣେଷ ପୂଜା। ଚଳିତବର୍ଷ ୨୦ ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ପ୍ରଭୁ ଗଜାନନ ପୂଜା ପାଉଥିବା ବେଳେ ୨୦୧୧ ମାଟ୍ରିକ ବ୍ୟାଚ୍ ଦାର୍ଜିଲିଂ କ୍ଲବ୍ ତରଫରୁ ପୁରୀର ଶ୍ରୀମନ୍ଦିର ତୋରଣ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଛି, ଏହି ତୋରଣ ସମସ୍ତଙ୍କ ମନକୁ ଛୁଇଁଛି । ମନ୍ଦିର ଭିତର ବେଢାରେ ଶ୍ରଦ୍ଧାଳୁଙ୍କ ପାଇଁ ଟଙ୍କ ତୋରାଣି, ମହା ପ୍ରସାଦର ବ୍ୟବସ୍ଥା କରାଯାଇଥିବା ବେଳେ‌ , ନାଟ ମଣ୍ଡପ, ଲକ୍ଷ୍ମୀ ମଣ୍ତପ ଓ ବଟବୃକ୍ଷ ମଧ୍ୟ ‌କରାଯାଇଛି । ସେହିପରି ଶ୍ରୀମନ୍ଦିର ତୋରଣ ବାହାରେ ସ୍ବର୍ଗ ଦ୍ବାର ମଧ୍ୟ କରାଯାଇଛି ଯାହାକି ଚଳିତବର୍ଷ ଭୁବନ ଗଣେଷ ପୂଜାର ମୂଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଯାହାକୁ ନେଇ ସନ୍ଧ୍ୟାରେ ବିଦେଶୀ ପର୍ଯ୍ୟଟକ ଓ ଭୁବନ ତଥା ଆଖପାଖ ଅଂଚଳରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ଼ ହେଉଛି। ତେବେ ୧୦ ଦିନ ଧରି ଭୁବନରେ ଗଣେଷ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରତ୍ୟେକ ଦିନ ସଂନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *