ଜୟପାଟଣା ଟିଙ୍ଗୋପଖାନରେ ଡ଼ାଇରିଆ ଆତଙ୍କ, ଡ଼ାଇରିଆରୁ ମୁକ୍ତି ପାଇଁ ଗ୍ରାମାଦେବୀ ନିକଟରେ ପୂଜାର୍ଚନା କରୁଛନ୍ତି ଗ୍ରାମବାସୀ

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଟିଂଗୋପଖାନ ଗାଁ ରେ ଡ଼ାଇରିଆ ଆତଙ୍କ l ଆକ୍ରାନ୍ତଙ୍କ ସଂଖ୍ୟା ୨୭ ରେ ପହଞ୍ଚି ଥିବା ବେଳେ l ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରି ଆକ୍ରାନ୍ତକୁ ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ଜୟପାଟଣା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଭବାନୀପାଟଣାରେ ଭର୍ତି କରା ଯାଇଛି l ଏବଂ ଲୋକଙ୍କୁ ଔଷଧ ବଣ୍ଟନ ସହିତ ସଚେତନ କରାଯାଉଛି ହେଲେ ଇତି ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ସଚେତନା ପରେ ବି ଡ଼ାଇରିଆରୁ ମୁକ୍ତି ପାଇଁ ଗ୍ରାମାଦେବୀଙ୍କ ନିକଟରେ ଗ୍ରାମବାସୀ ଏକତ୍ରିତ ହୋଇ କରୁଛନ୍ତି ପୂଜାର୍ଚନା l ଗ୍ରାମାଦେବୀ ରାଗି ଯାଇଥିବାରୁ ଏହି ଭଲି ସ୍ଥିତି ଉପୁଜି ଥିବା ନେଇ ଗ୍ରାମାଦେବୀ ଙ୍କୁ ଶାନ୍ତ କରିବା ପାଇଁ ପିଲାଠୁ ବୁଢା ସମସ୍ତେ ମିଶି ଟୋକେଇରେ କିଛି ଚାଉଳ ନେଇ ଆଦିବାସୀ ଭାଷାରେ କିଛି ମନ୍ତ୍ର ପାଢ଼ୀ ଚାଲିଛି ପୂଜାର୍ଚନା l ଜଣେ ଗୁରୁଙ୍କ ଦେହରେ କାଲିଶି ଲାଗି ଥିବା ଦେଖିବାକୁ ମିଳିଛି l ରୋଗ ଭଲ ହେଲେ ଗ୍ରାମାଦେବୀଙ୍କୁ ବୋଦା ବଳି ଦିଆଯିବ ବୋଲି ମାନସିକ କରା ଯାଉଛି l ଗାଁରେ କିଛି ସମସ୍ୟା ହେଲେ ପୂର୍ବପୁରୁଷ ସମୟରୁ ଏହି ଭଲି କରା ଯାଏ ବୋଲି ଗ୍ରାମବାସୀ କହୁଛନ୍ତି l ଧର୍ମଗଡ ରୁ ପ୍ରଦିପ ସେଠିଆ ଙ୍କ ରିପୋର୍ଟ୍ ହର୍ଷିକା ମିଡ଼ିଆ

Leave a Reply

Your email address will not be published. Required fields are marked *