ତିନିଦିନ ଧରି ଲଗାଣ ବର୍ଷା ରେ ବେହାଲ ମାଲକାନଗିରି ଜିଲ୍ଳା ।


ଆଜିକୁ ପ୍ରାୟ ତିନିଦିନ ଧରି ମାଲକାନ ଗିରି ଜିଲ୍ଲା ରେ ଲଗାଣ ବର୍ଷା ଜାରି ରହିଛି।ଅନେକ ଚାଷ ଜମି ନଷ୍ଟ ହୋଇ ଯାଇ ଥିବାବେଳେ କେତେକ ଘର ମଧ୍ଯ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ସେହିପରି ଆଜି ସ୍ବାଭିମାନ ଅଞ୍ଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଲାଗିରହିଥିବାରୁ ପଣସପୁଟ ଠାରୁ ଆନ୍ଧ୍ର ପ୍ରଦେଶ କୁ ସଂଯୋଗ କରୁଥିବା ମୂଖ୍ଯ ରାସ୍ତାର ଗୋଇଲି ଖାରି ଜାମୁଜଲା ନାଳରେ ପୋଲ ଉପରେ ପ୍ରାୟ ପାଞ୍ଚ ପୁଟ ଉଚରେ ବନ୍ୟା ପାଣି ଯାଉଥିବାରୁ ସଂପୂର୍ଣ୍ଣ ଭାବରେ ଯାତାୟତ ବାଧାପ୍ରାପ୍ତ ହୋଇ ଛି ଏବଂ ଅନେକ ଚାଷ ଜମି ବର୍ଷାପାଣିରେ ଧୋଇ ନେଇ ଯାଇଥିବା ମଧ୍ଯ ଦେଖିବାକୁ ମିଳିଛି। ଅନେକ ସମୟ ଧରି ବନ୍ୟା ଜଳ କମି ନଥିବା ହେତୁ ଉଭୟ ପାର୍ଶ୍ବ ରେ ଗାଡିମଟର ସହ ଯାତ୍ରିମାନେ ଅପେକ୍ଷାକୃତ ଥିବା ବେଳେ ଉକ୍ତ ପୋଲ ଟି ବହୁତ ତଳୁଆ ହୋଇ ଥିବା ଅଳ୍ପ ବର୍ଷା ରେ ମଧ୍ଯ ଏ ଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି ବଲି ଯାତ୍ରି ମାନେ ମତବ୍ୟକ୍ତ କରିଛନ୍ତି।

ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *