ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁ ଗଣେଶ ପୂଜା ଅତି ଆଡମ୍ବର ସହକାରେ ପାଳନ

ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁ ଗଣେଶ ପୂଜା ଅତି ଆଡମ୍ବର ସହକାରେ ପାଳନ କରାଯାଇଛି। କଟକ ବକ୍ସିବଜାର ବଢେଇ ସାହି ରେ ଦୀର୍ଘ ୮୦୦ବର୍ଷରୁ ପୂଜା ପାଇ ଆସୁଥିବା ପ୍ରଭୁ ଗଜାନନ ଙ୍କ ନିକଟରେ ପୂର୍ବାହ୍ନ ରେ ଶ୍ରଦ୍ଧାଳୁ ମାନେ ଆଣିଥିବା ୧୦୦୧ନଡ଼ିଆ ଅର୍ପଣ କରାଯାଇଥିଲା। ପରେ ପରେ ପ୍ରାୟ ୧କ୍ଵିଣ୍ଟାଲ ଲଡୁ ଭୋଗ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବଣ୍ଟା ଯାଇଥିଲା। ସନ୍ଧ୍ୟା ସମୟରେ ଏହି ଅବସରରେ ଛୋଟ ଛୋଟ କଳାକାର ମାନଙ୍କ ଦ୍ବାରା ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟ ଅତିଥି ରୂପେ ବାରବାଟୀ କଟକ ବିଧାୟିକା ଇଂ ଶୋଫିଆ ଫିର୍ଦ୍ଦୋଷ୍ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଏହାକୁ ଗୌରବାନିତ କରିଥିଲେ।ତତ୍ ସହିତ ବିଭିନ୍ନ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରେ କଟକର ଚାରିସାହି ଭାଇ ତଥା ନିଖିଳ ଉତ୍କଳ ବିଶ୍ଵକର୍ମା ସମିତିର ସଭାପତି ବିଜୟ କୁମାର ମହାରଣା ,ସଂପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାରଣା, କୋଷାଧ୍ୟକ୍ଷ ଗୁରୁ ପ୍ରେସ୍ ପ୍ରସାଦ ସୂତାର, ନିରାକାର ମହରଣା, ପରକ୍ଷିତ ମହା ମହାରଣା ପରିକ୍ଷିତ ମହାରଣା ,ସୁଦାମ ମହାରଣା ଓ ବହୁ କର୍ମକର୍ତ୍ତା, ବୁଦ୍ଧିଜୀବୀ, ଗ୍ରାମବାସୀ ମାନେ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ ସଫଳ କରିଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *