“କେତୋଟି ଅଲିଭା ପାଦଚିହ୍ନ” ଲୋକାର୍ପିତ।

ଜଷ୍ଟିସ ଅରୁଣ କୁମାର ପରିଚ୍ଛା ଙ୍କ ନୂଆ ଗ୍ରନ୍ଥ ” କେତୋଟି ଅଲିଭା ପାଦଚିହ୍ନ” ଲୋକାର୍ପିତ ହୋଇଛି। କଟକ ଦୋଳମୁଣ୍ଡେଇ ସ୍ଥିତ ହୋଟେଲ ଦ୍ବାରିକା ଠାରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ନିଜର ପିଲା ଦିନର ଅନୁଭୂତି ଓ ସ୍ମୃତି ସବୁକୁ ଏହି ପୁସ୍ତକ ରେ ସ୍ଥାନ ଦେଇଛନ୍ତି ଶ୍ରୀଯୁକ୍ତ ପରିଚ୍ଛା। ଜଣେ ନିର୍ମଳ ବ୍ୟକ୍ତିତ୍ଵ ତଥା ଉଚିତ୍ ନ୍ୟାୟ ପ୍ରଦାନର ପାରଦର୍ଶିତା ପାଇଁ ପରିଚିତ ନ୍ୟାୟମୁର୍ତ୍ତି ଶ୍ରୀଯୁକ୍ତ ପରିଚ୍ଛା ଅତି ସୁନ୍ଦର୍ ଭାବରେ ନିଜ ଶୈଶବର କଥା, ନିଜର ଗୁରୁ, ତାଙ୍କୁ ସ୍ନେହ, ଶ୍ରଦ୍ଧା,ଆଦର କରୁଥିବା ପରିବାର ଲୋକେ ଓ ଆତ୍ମୀୟ ମାନଙ୍କୁ ଏହି ପୁସ୍ତକ ରେ ସ୍ଥାନ ଦେଇଛନ୍ତି। ଭାଷା ପ୍ରକାଶନ ପକ୍ଷରୁ ପ୍ରକାଶ ପାଇଥିବା ଏହି ପୁସ୍ତକର ପ୍ରଥମ ଭାଗଟି ପାଠକ ମାନଙ୍କ ଦ୍ଵାରା ବେଶ୍ ଆଦୃତ ହେବ ବୋଲି କହିଛନ୍ତି ନାଟ୍ୟକାର ସଂଜିତ୍ ପଟ୍ଟନାୟକ। ଏହି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଜଷ୍ଟିସ ଅରୁଣ କୁମାର ପରିଚ୍ଛା, ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ, ଜଷ୍ଟିସ ବିମଳ ଦାସ, ଜଷ୍ଟିସ ଶଶିକାନ୍ତ ମିଶ୍ର ଯୋଗ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ଶ୍ରୀ ବୈଷ୍ଣବ ଚରଣ ସାମଲ ଯୋଗ ଦେଇ ନିଜର ଅଭିଜ୍ଞତା ବିଷୟରେ ଉପସ୍ଥିତ ଅତିଥି ମାନଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ନାଟ୍ୟକାର ସଂଜିତ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବହୁ ନ୍ୟାୟମୂର୍ତ୍ତି, ବୁଦ୍ଧିଜୀବୀ ଓ ସାରସତ୍ୱ ସାଧକ ଉପସ୍ଥିତ ରହିଥିଲେ।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *