ବାଲିମେଳା ଜଳଭଣ୍ଡାରର ଦୁଇଟି ଗେଟ ଖୋଲାଯାଇ ବନ୍ୟା ଜଳ ନିଷ୍କାଶନ

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାଠାରେ ଥିବା ବାଲିମେଳା ଜଳଭଣ୍ଡାରର ଦୁଇଟି ଗେଟ ଖୋଲାଯାଇ ବନ୍ୟା ଜଳନିଷ୍କାଶନ ହୋଇଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ପ୍ରକାଶ ଯେ, ଉପର ମୁଣ୍ଡରେ ଥିବା ମାଛକୁଣ୍ଡ ଡ୍ୟାମର ଗେଟ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଥିବା ହେତୁ କ୍ରମାଗତ ଜଳସ୍ତର ବଢ଼ିବାରେ ଲାଗିଛି । ଏ ନେଇ ଚିତ୍ରକୋଣ୍ଡା ମାଟି ବନ୍ଧ ଯୋଜନା କାର୍ଯ୍ୟାଳୟ ତରଫରୁ ଚିତ୍ରକୋଣ୍ଡାଠାରେ ଏବଂ ସମସ୍ତ ଡ୍ୟାମ ତଳିଆ ଅଞ୍ଚଳକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଦିଆଯାଇଛି ।
ଆଜି ସକାଳ ୧୦ଟା ପରଠାରୁ ସିଲେରୁ ନଦୀକୁ ଯିବା ପାଇଁ ବାରଣ କରାଯାଇଛି । ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୫୧୮ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ବଢି ୧୫୧୨ଫୁଟ ପର୍ଯ୍ୟନ୍ତ ପହଞ୍ଚିଛି । ଜଳସ୍ତର କ୍ରମାଗତ ବଢୁଥିବାରୁ ଜଳବଣ୍ଡାରର ଦୁଇଟି ଗେଟ ଖୋଲି ଦିଆଯାଇଛି । ଜଳସ୍ତର ଉପରେ କ୍ରମାଗତ ଭାବେ ନଜର ରଖାଯାଇଛି ବୋଲି ଚିତ୍ରକୋଣ୍ଡା ମାଟିବନ୍ଧ ପ୍ରକଳ୍ପ ବିଭାଗୀୟ ସୂତ୍ରରୁ ଜଣାପଡିଛି।ଆବଶ୍ୟକ ସ୍ଥଳେ ଆଉରି ଏକ ଗେଟ ଖୋଲାଯିବ ବୋଲି ମଧ୍ଯ ବିଭାଗିୟ ଅଧିକାରୀ ସୂଚନା ଦେଇ ଛନ୍ତି।

ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ

Leave a Reply

Your email address will not be published. Required fields are marked *