ଗୁଣ୍ଡୁରିଗୁଡା ଆଦର୍ଶ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ନବମ ପ୍ରତିଷ୍ଠା ଉତ୍ସବ ପାଳିତ।

ମାଲକାନ ଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ର ଗୁଣ୍ଡୁରିଗୁଡା ଆଦର୍ଶ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ନବମ ପ୍ରତିଷ୍ଠା ଉତ୍ସବ ମହାସମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ସାହୁ ସଭାପତିତ୍ୱକରିଥିଲାବେଳେ ,ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର କୋୟା ମୁଖ୍ୟ ଅତିଥି ଭାବ
ଯୋଗଦେଇଥିଲେ । କୁଡୁମୁଲୁଗୁମ୍ମା ତହସିଲଦାର ଟିକୁନୁ ପୁଟ୍ଟା ମୁଖ୍ୟ ଅତିଥି ଓ କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢୀ ଓ ବରିଷ୍ଠ ଅଧ୍ୟାପକ ପପୁ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଜଗନ୍ନାଥ ଠାକୁରଙ୍କ ତୈଳଚିତ୍ର ରେ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରାଗଲା, ପରେ ପରେ ସମବେତ କଣ୍ଠରେ ଛାତ୍ରଛାତ୍ରୀ ମାନେ ଆଦର୍ଶ ବିଦ୍ୟାଳୟର ସଙ୍ଗୀତ ଗାନ କରାଯାଇଥିଲା । ପ୍ରଥମେ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସାହୁ ବାର୍ଷିକ ବିବରଣୀ ପଠନ ଓ ସାମୟିକ ସମସ୍ୟା ଉପସ୍ଥାପନା କରିବା ସହ ଏହାର ନିରାକରଣ ନିମିତ୍ତ ଅନୁରୋଧ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ପୁଟ୍ଟା ଛାତ୍ରଛାତ୍ରୀ ମାନଙ୍କୁ ଆହୁରି କଠିନ ଅଧ୍ୟବସାୟ କରିବା ସହ ଉତ୍ତମ ଚରିତ୍ର ଗଠନ ନିମନ୍ତେ ଆହ୍ୱାନ କରିଥିଲେ । ଅପରାହ୍ନ ତିନିଟା ସମୟରେ କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା ଓ ଏହି ସମୟରେ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ଓ ଡାରଉଇନ୍ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କ ନାଚଗୀତ ର ଭରପୁର ଆନନ୍ଦ ଉଠାଇଥିଲେ । ସର୍ବଶେଷରେ ବିଦ୍ୟାଳୟ ଆନୁକୁଲ୍ୟରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସମ୍ପୁର୍ଣ୍ଣ ଭାବରେ ସହଯୋଗ କରି ଆଜିର ଏହି ପ୍ରତିଷ୍ଠା ଉତ୍ସବ କୁ ସଫଳତାର ସହ ଆୟୋଜିତ କରିଥିଲେ ।

ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *