ନାଉଗାଁ ବ୍ଳକରେ ସଚେତନତା ସୁଭଦ୍ରା ରଥର ଶୁଭାରମ୍ଭ।


ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ପଞ୍ଚାୟତ ସମିତି ପକ୍ଷରୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ରଥର ଶୁଭାରମ୍ଭ ହୋଇଛି। ନାଉଗାଁ ବି ଡି ଓ ପତନ କୁମାର ମହାପାତ୍ର ପତକା ହଲାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ।ଏହି ରଥ ନାଉଗାଁ ବ୍ଳକର 16 ଟି ପଞ୍ଚାୟତର ପ୍ରତେକ ର୍ଓ୍ବାର୍ଡ ସ୍ତରକୁ ଯାଇ କିପରି ମହିଳାମାନେ ସୁଭଦ୍ରା ଯୋଜନା ନିମନ୍ତେ ଆବେଦନ କରିବେ ଓ ଏହାର ଗାଇଡ ଲାଇନ ସମ୍ପର୍କରେ ସଚେତନ କରାଇବ ଏଥିପାଇଁ ମହିଳାମାନଙ୍କୁ କେଉଁ କେଉଁ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ ପଡିପ ସେ ସମ୍ପର୍କରେ ଏହି ରଥ ସୁଚନା ପ୍ରଦାନ କରିବ ବୋଲି ଯଣାପଡିଛି।ଏହି ରଥ ଶୁଭାରମ୍ଭ ସମୟରେ ନାଉଗାଁ ବ୍ଳକ ପଞ୍ଚାୟତ ସମିତି ପରିସରରେ 16 ଟି ପଞ୍ଚାୟତର ବହୁ ସଂଖ୍ୟକ ମିଶନ ଶକ୍ତି ମହିଳା,ଓ ଓଏଲ ଏମ ର କର୍ମକର୍ତ୍ତା,ଏସ ଏଚଜି ମହିଳା ଓ ବ୍ଳକ କର୍ମଚାରୀମାନେ ଉପସ୍ଥିତ ରହିଥିବା ଦେଖାଯାଇଛି।
ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *