ଆସିଛି ପାର୍ବଣ, ଆସିବେ ମା ଜଗତଜନନୀ ଦଶଭୁଜା

ଆସିଛି ପାର୍ବଣ, ଆସିବେ ମା ଜଗତଜନନୀ ଦଶଭୁଜା । ଚଳଚଞ୍ଚଳ ହୋଇ ଉଠିଲାଣି ଶକ୍ତି ଉପାସନାର କେନ୍ଦ୍ର ଐତିହାସିକ ରୌପ୍ୟ ନଗରୀ କଟକ ସହର। ସମସ୍ତଙ୍କ ମନ ରୋମାଞ୍ଚିତ, ସମସ୍ତେ ଆହ୍ଲାଦିତ। ଏବେଠାରୁ ପୂଜା ପ୍ରସ୍ତୁତି ରେ ବ୍ୟସ୍ତ କଟକ ସହର। ଏହା ସହିତ ରାମଗଡ଼ ବାସୀ ମଧ୍ୟ ସହସ୍ରାଧିକ ଉତ୍ସାହିତ ଚଳିତ ପାର୍ବଣ ପାଇଁ। ରାମଗଡ଼ କନିକା ଛକ ବାସୀଙ୍କ ଅନେକ ଦିନର ଆକାଂକ୍ଷା ପୂରଣ ହେବାକୁ ଯାଉଛି। ଆଗରୁ ସହରରେ ୩୨ଟି ଚାନ୍ଦୀ ମେଢ଼ ଥିବାବେଳେ ଚଳିତ ବର୍ଷ ପାର୍ବଣରେ ରୌପ୍ୟ ନଗରୀ କଟକ ସହରକୁ ଆଉ ଏକ ଚାନ୍ଦୀ ମେଢ଼ ଭେଟି ଦେଇ ଏହାର ଗୌରବକୁ ଆଉ ଏକ ପାଦ ଆଗକୁ ବଢ଼ାଇବା ପାଇଁ ଯାଉଛି ରାମଗଡ଼ ପୂଜା କମିଟି। ମଣ୍ଡପରେ ମା ବନଦୁର୍ଗା ନୂଆ ଚାନ୍ଦୀ ମେଢ଼ରେ ଶୋଭା ପାଇବେ। ୟା ଠାରୁ ବଡ ଖୁସି ସେମାନଙ୍କ ପାଇଁ ଆଉ କିଛି ହେଇ ନ ପାରେ। ଚଳିତ ବର୍ଷ ପାର୍ବଣର ମୁଖ୍ୟ ଆକର୍ଷଣ ସାଜିବ ରାମଗଡ଼ ନୂତନ ଚାନ୍ଦୀ ମେଢ଼ ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *