କଟକରେ ଜସନ୍ -ଏ -ଇଦ୍ ମିଲାଦୁନ ନବୀ ପାଳିତ।

ଇସଲାମ ଧର୍ମର ପ୍ରବର୍ତ୍ତକ ତଥା ବିଶ୍ୱରେ ଶାନ୍ତି, ମୈତ୍ରୀ ଓ ଭାଇଚାରା ର ବାର୍ତ୍ତା ପ୍ରଦାନ କରିଥିବା ମହାପୁରୁଷ ପ୍ରପେଟ ମହମ୍ମଦଙ୍କ ୧୪୯୯ତମ ଜୟନ୍ତୀ କଟକ ସହରରେ ଆନନ୍ଦ ଉଲ୍ଲାସ ସହ ଶାନ୍ତି ଶୃଙ୍ଖଳା ମଧ୍ୟରେ ପାଳନ କରାଯାଇଛି । ଏହି ପର୍ବ ଉପଲକ୍ଷେ ସମଗ୍ର ସହର ଉତ୍ସବମୁଖର ହୋଇ ଇଠିଥିଲା । ଭାଇଚାରା ସହରରେ ପ୍ରତ୍ୟେକ ସ୍ଥାନରୁ ତଥା ଯୋବ୍ରା, କାଜିବଜାର, ପିରବଜାର, ବିରିବାଟି ଇତ୍ୟାଦି ଅଞ୍ଚଳରୁ ପ୍ରାୟ ୫୦ଟି ସୁସଜ୍ଜିତ ଚିତାକର୍ଷକ “ଜୁଲୁସ’ ଓ ‘କାଫେଲା’ ହାଓଡ଼ା ମୋଟର ଛକ ଦେଇ, ମାତା ମଠ,ବକ୍ସି ବଜାର, ସୁତାହାଟ, ଗଙ୍ଗା ମନ୍ଦିର, ଓଡ଼ିଆ ବଜାର, ଦର୍ଘା ବଜାର ଦେଇ ଦେଇ ସହର ପରିକ୍ରମା କରି କଦମ ରସୁଲ ନିକଟରେ ପହଞ୍ଚିଥିଲା । ବିଶେଷ କରି ‘କାଫେଲା ଅନୁଭବୀ କାରିଗରଙ୍କ ଦ୍ବାରା ତିଆରି ଛୋଟ ଛୋଟ ଶିଶୁଙ୍କ ଗୋଟିଏ ପ୍ରକାର ପୋଷାକ ଓ ଜୁଲସ କୁ ଶୋଭାଯାତ୍ରା ଆକର୍ଷଣୀୟ କରିଥିଲା । ଜୁଲୁସ ଓ କାଫେଲା ସହର ପରିକ୍ରମା କରିବାବେଳେ ପ୍ରତ୍ୟେକ ଛକ ଛକରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସରବତ, ପ୍ରସାଦ, ମିଷ୍ଟାନ ଓ ବିଭିନ୍ନ ପ୍ରକାରର ଉପହାର ବଣ୍ଟନ କରାଯାଇଥିଲା। ସହର ପରିକ୍ରମା ସ୍ଥାନରେ ବିଭିନ୍ନ କମିଟି ତରଫରୁ ଆକଷଣୀୟ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକ ସଜା ଯାଇଥିଲା । ଏହି ଶୋଭଯାତ୍ରାରେ ବିଧାୟକ ଇଂ ଶୋଫିଆ ଫିର୍ଡୋଶ, ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମ୍, ମେୟର ସୁବାଷ ସିଂ, ସମାଜସେବୀ କ୍ଷୀରୋଦ ସାହୁ, କଟକ ଜିଲ୍ଲା ସଂଖ୍ୟା ଲଘୁ ସଭାପତି ସୟେଦ ଏକାମ୍ର ହୁସେନ ଓ ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ ଶୋଭାଯାତ୍ରାରେ ସାମିଲ ହୋଇ ନାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାଇଚାରାର ବାର୍ତା ଦେଉଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *