କଟକ ଆର୍ଟିଷ୍ଟ ସଂଗଠନ ଓ ସି ଏମ୍ ସି ପକ୍ଷରୁ ଚିତ୍ର କଳା ପ୍ରଦର୍ଶନୀ ।

କଟକ ମହାନଗର ନିଗମ ଦ୍ବାରା ଆୟୋଜିତ ଟାଉନ ହଲ୍ ସ୍ଥିତ ଆର୍ଟ ଗ୍ୟାଲେରୀର ଉପର ମହଲାରେ ପ୍ରାୟ ୧୦୦ଟି ଜୀବନ୍ତ ଚିତ୍ର କାନ୍ଥରେ ଟଙ୍ଗା ଯାଇଛି। ଏହି ଚିତ୍ର ଗୁଡିକ କମିଟିର ୪୦ଜଣ ସଦସ୍ୟ ଓ ସଦସ୍ୟାମାନେ ନିଜ ହାତରେ ଆଙ୍କି ପ୍ରତ୍ସ୍ତୁତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ କଟକର ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ, , କମିଶନର ପୋଲିସ ଅନାମ ଚରଣ ପାତ୍ର, ବାରବାଟୀ କଟକର ବିଧାୟିକା ସୋଫିଆ ଫିର୍ଦୋଷ୍ ,ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, କଟକ ତହସିଲଦାର ସୁଦୟ କୁମାର ପାତ୍ର ଓ ସଂପାଦକ ରଣଜିତ୍ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିବାବେଳେ ଉତ୍ତମ ଚିତ୍ର ଆଙ୍କିଥିବା ସଂଜିବ ବିଶ୍ୱାଳ, ଜସ୍ମିନ ସାହୁ, ଲକ୍ଷ୍ମୀଧର ରଣା, ସ୍ମିତା ମୂଳିଆ, ଜିତେନ୍ଦ୍ର କୁମାର ସାହୁ ,ପ୍ରଭାତ ସାହୁ, ପ୍ରତିମା ସାହୁ,ତ୍ରିବେଣୀ ପ୍ରମୁଖ ଉପସ୍ଥିତ ହୋଇ ପୁରସ୍କାର ପାଇଥିଲେ। ଏହା ସହିତ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ ସଫଳ କରିଥିଲେ।ବାସ୍ତବରେ ଏହି ଭଳି ଏକ ଆର୍ଟ ଗ୍ୟାଲେରୀଟି ଚିତ୍ରକର ମାନଙ୍କ ପାଇଁ ଏକ ଭଲ ପ୍ଲାଟ୍ ଫର୍ମ ହେବ ବୋଲି ମଞ୍ଚାସୀନ ଅତିଥିମାନେ ବକ୍ତବ୍ୟରେ କହିଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *