ରେଭେନସା ଆମ ମା


ଯେତେବେଳେ ଯିଏ କହିବ ଆମ ମା ର ନାଁ ପରିବର୍ତ୍ତନ ପାଇଁ ଆମେ କଣ ରାଜି ହେଇ ଯିବୁ??ଏଭଳି ଢଙ୍ଗରେ ନାରା ଦେଇ ଆଜି କଲେଜ ଛକ ରେ ଏକାଠି ହୋଇଥିଲେ ରେଭେନସା ର ପୁରାତନ ଛାତ୍ର ମାନେ।ଆଜିକୁ କିଛି ଦିନ ହୋଇଯିବ ରେଭେନସା ନାମ ପରିବର୍ତ୍ତନ କୁ ନେଇ କେନ୍ଦ୍ର ମନ୍ତ୍ରୀ ଦେଇଥିବା ବକ୍ତବ୍ୟ କୁ ନେଇ ବିବାଦ ଥମିବାର ନାମ ନେଉ ନାହିଁ,ଆଜି ମାନ୍ୟବର ପ୍ରଧାନ ମନ୍ତ୍ରୀ ଓଡ଼ିଶା ଆସିଥିବା ବେଳେ ପୂର୍ବତନ ଛାତ୍ର ମାନେ କଲେଜ ଛକ ନେତାଜୀ ପ୍ରତିମୂର୍ତ୍ତି ତଳେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଯଦି ଆଗକୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏ ନେଇ ନିଜର ବିଚାର ନ ବଦଳନ୍ତି ତେବେ ଏହି ବିକ୍ଷୋଭ ଉଗ୍ର ରୂପ ଧାରଣ କରିବ ବୋଲି କହିଛନ୍ତି ପୂର୍ବତନ ସଭାପତି ଜିନେଶ ଦାଶ |ଏହି କାର୍ଯ୍ୟକ୍ରମରେ ଅମିୟ ପରିଡ଼ା ,ଗଣେଶ ତ୍ରିପାଠୀ , ସିଶିର ପରିଡା
ନନ୍ଦଲାଲ ସିଂ ,ହରିଶଙ୍କର ରାଉତ ,ଜିତେନ୍ଦ୍ର ବେହେରା ଓ ବହୁ ପୁରାତନ ଛାତ୍ର ଉପସ୍ଥିତ ରହିଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *