ଖଇରପୁଟ ଉଚ୍ଚ ବିଦ୍ୟାଳୟରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକରେ ସୁଭଦ୍ରା ଯୋଜନା ଶୁଭାରମ୍ଭ ହୋଇଯାଇଛି। ଆଜି ଖଇରପୁଟ ଉଚ୍ଚ ବିଦ୍ୟାଳୟରେ ଖଇରପୁଟ ବ୍ଲକ ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଶୁଭାରମ୍ଭ ହୋଇଯାଇଛି। ଯଶଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭିଡିଓ କନ୍ଫରେନ୍ସ ଦ୍ୱାରା ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଖଇରପୁଟ ବିଡ଼ିଓ ଉମା ଶଙ୍କର କୋୟାଙ୍କ ତତ୍ବାବଧାନରେ ହୋଇଥିବା ବେଳେ ଏହି ଅବସରରେ ଅତିଥି ଭାବେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନି, ବ୍ଲକ ଉପାଧ୍ୟକ୍ଷା ସାବିତ୍ରୀ ମୁଦୁଲି, ଜିଲ୍ଲା ପରିଷଦ ସଭ୍ୟ ବଳି ମାଝି, ପୂର୍ବତନ ବିଧାୟକ ଡମ୍ବରୁ ଶିଶା, ଖଇରପୁଟ ତହସିଲଦାର ପ୍ରମାଦ କୁମାର ବେହେରା, କୁଡୁମୁଲୁଗୁମ୍ମା ତହସିଲଦାର ଟୁକୁନୁ ପୁଟା, ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ବେହେରା, ବିଜେପି ମଣ୍ଡଳ ସଭାପତି ବିଦ୍ୟାଧର ସାହାଣୀ ପ୍ରମୁଖ ମଞ୍ଚରେ ମଞ୍ଚାସିନ ଥିଲେ। ଏହି ଅବସରରେ ୧୨ ଜଣ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୱାର୍କ ଓଡଅର୍ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବଣ୍ଡା ନୃତ୍ୟ, ଦିଦାୟି ନୃତ୍ୟ ସହିତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଉକ୍ତ କାର୍ଯ୍ୟକ୍ରମକୁ ଓଏଲଏମ ବିପିଏମ ଚିନ୍ମୟ କୁମାର ସିଂ ପରିଚାଳନା କରିଥିବା ବେଳେ ମିଶନ ଶକ୍ତି ବିପିସି ନଳିନୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବ୍ଲକର ଶତାଧିକ ମହିଳା ଉପସ୍ଥିତ ଥିଲେ।

ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *