ସମ୍ବଲପୁରୀ ଗାୟିକା ରୁକ୍ ସାନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

କଳାହାଣ୍ଡି; ସମ୍ବଲପୁରୀ ଗାୟିକା ରୁକ୍ ସାନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ । ତାଙ୍କ ମୃତ୍ୟୁ ସ୍କ୍ରାବ୍ ଟାଇଫସ୍ ବୋଲି କୁହାଯାଉଥିବା ବେଳେ ପରିବାର ଲୋକେ ଏହା ପ୍ରି-ପ୍ଲାନିଂ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି । ତେବେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ପରିବାର ଲୋକଙ୍କ କହିବା କଥା ସ୍କ୍ରାବ୍ ଟାଇଫସ୍ ନୁହେଁ ଆମ ଝିଅକୁ ହତ୍ୟା କରାଯାଇଛି । ସୂଚନା ଅନସାରେ ୧୫ ଦିନ ତଳେ ବଲାଙ୍ଗୀରରେ ସୁଟିଂ ବେଳେ ସେ ଅସୁସ୍ଥ ହୋଇଥିଲେ । ଗତ ଅଗଷ୍ଟ ୨୭ରେ ତାଙ୍କୁ ପ୍ରଥମେ ଭବାନୀପାଟଣା, ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଓ ପରେ ଗୁରୁତର ହେବାରୁ ବରଗଡ଼ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଏନେଇ ଏମ୍ସ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । କଳାହାଣ୍ଡି ରୁପ୍ରଦିପ ସେଠିଆ ଙ୍କ ରିପୋର୍ଟ୍ ହର୍ଷିକା ମିଡିଆ

Leave a Reply

Your email address will not be published. Required fields are marked *