ମାତ୍ରୁଭବନ୍ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ବାର୍ଷିକ ବିଜ୍ଞାନ ମେଳା -୨୦୨୪

କଟକ ମତ୍ରୁଭବନ୍ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ଅନୁଷ୍ଠାନର ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଆଦ୍ୟା ଆଦ୍ୟାଶା ଶ୍ରୀମା ଓ ଶ୍ରୀ ଅରବିନ୍ଦ ଙ୍କ ଫଟୋ ନିକଟରେ ଦ୍ଵୀପ ଓ ଧୂପ ଅର୍ପଣ କରି ଉନ୍ମୋଚନ କରିଥିଲେ। ଏଥିରେ ଡଃ ଶ୍ୟାମା କାନୁନଗୋ, ଶ୍ରୀ ପ୍ରସାଦ ତ୍ରୀପାଠୀ, ସୁଶ୍ରୀ ନିତା ସରକାର, ଯଶଶ୍ୱିନୀ ରାୟ ପ୍ରଭୃତି ଉପସ୍ଥିତ ଥିଲେ। ଏହି ଅନୁଷ୍ଠାନରେ ବିଜ୍ଞାନ କୁ ଆଧ୍ୟାତ୍ମିକତା ର ଏକ ଅଙ୍ଗ ଭଳି ପିଲା ମାନଙ୍କୁ ଶିକ୍ଷା ଦିଆଯାଏ ଏବଂ ତାହାକୁ ସେମାନେ ପ୍ରଦର୍ଶନୀରେ ପ୍ରକାଶ କରିବା ପାଇଁ ଉଦ୍ୟମ କରିଥିଲେ। ପ୍ରଦର୍ଶନୀରେ ଅନୁଷ୍ଠାନର ପ୍ରାୟ ୭୦୦ଛାତ୍ର ଛାତ୍ରୀ ୧୯୦ରୁ ଉର୍ଦ୍ଧ ପ୍ରୋଜେକ୍ଟ ଜରିଆରେ ନିଜର ପ୍ରସ୍ତୁତ ପ୍ରୟାସ କୁ ପ୍ରକାଶ କରିଥିଲେ। ଅନୁଷ୍ଠାନର ଅନେକ ଅଭିଭାବକ ତଥା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅପା, ଭାଇ , ସମରେନ୍ଦ୍ର ଦାସ, ନିଶିଥ ରାଉତ, ଯତୀନ୍ଦ୍ର ଦାସ, ସ୍ବରାଜ ମହାପାତ୍ର ତଥା ସ୍ଥାନୀୟ ଅଞ୍ଚଳ ବାସୀ ମାନେ ବହୁ ସଂଖ୍ୟାରେ ଯୋଗ ଦାନ କରିଥିଲେ।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *