ନାଉଗାଁ ହାଟ ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ।


ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ହାଟ ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ 2024 କୁଇଜ୍ ପ୍ରତିଯୋଗିତା ନାଉଗାଁ ବ୍ଳକ ଶିକ୍ଷ୍ୟା ଅଧିକାରୀ କୈଳାସ ଚନ୍ଦ୍ର ପାଢି ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁକ୍ଷ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଅମିତା ସ୍ବାଇଁ, ସମ୍ମାନୀୟ ଅତିଥି ଭାବେ ନାଉଗାଁ ପଞ୍ଚାୟତର ସମିତି ସଭ୍ୟା ମାନସୀ ଲେଙ୍କା,ପୃର୍ବତନ ପ୍ରଧାନ ଶିକ୍ଷକ ନୀରଞ୍ଜନ ମହାନ୍ତି, ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ର ପୃର୍ବତନ ପ୍ରଧାନ ଶିକ୍ଷକ ଉମେଶ ସ୍ୱାଇଁ ,ନୀରୋଦ କୁମାର ସ୍ବାଇଁ, ମୁଖ୍ୟ ବକ୍ତା ଭାବେ ନାଉଗାଁ ବ୍ଳକ ପୃର୍ବତନ ଏ ବି ଓ ଶ୍ରୀଯୁକ୍ତ ବାମଦେବ ସ୍ବାଇଁ ଯୋଗଦେଇ ଥିଲେ। ଏହି କୁଇଜ୍ ପ୍ରତିଯୋଗିତା ରେ ନାଉଗାଁ ବ୍ଳକର ସମସ୍ତ ପ୍ରଥମିକ, ମାଧ୍ୟମିକ ଓ ଉଚ୍ଚ ବିଦ୍ୟାଳୟ ମୋଟ୍ 163 ଜଣ ଛାତ୍ର ଛାତ୍ରୀ ଭାଗନେଇଥିଲେ।ଏହି ପ୍ରତିଯୋଗିତାରେ ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଥିବା ଛାତ୍ରଛାତ୍ରୀ ଙ୍କୁ ପୃର୍ବତନ ଏ ବି ଓ ଶ୍ରୀଯୁକ୍ତ ବାମଦେବ ସ୍ବାଇଁ ପୁରସ୍କାର ବିତରଣ କରିଥିଲେ।ସେସରେ ନାଉଗାଁ ହାଟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷତ୍ରି ଶ୍ରୀମତୀ ସନ୍ତୋଶୀ ସେଠୀ ଧନ୍ୟବାଦ ଅର୍ପଣ କରିଥିବା ଦେଖାଯାଇଛି।

ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *