କଟକ, ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ରେ ସି ବି ଏସ ଇ ବାସ୍କେଟ ବଲ ଟୁର୍ଣାମେଣ୍ଟ କ୍ଳସଟର-୨ ର ଉଦ୍ ଘାଟନୀ ଉତ୍ସବ ଅନୁଷ୍ଠିତ

କଟକ, ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ରେ ସି ବି ଏସ ଇ ବାସ୍କେଟ ବଲ ଟୁର୍ଣାମେଣ୍ଟ କ୍ଳସଟର-୨ ର ଉଦ୍ ଘାଟନୀ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। ଏଥିରେ ମୁଖ୍ୟ ଅତିଥ୍ ଭାବରେ ଯୋଗଦେଇ କଟକର ସମ୍ମାନୀୟ ମେୟର ଶ୍ରୀଯୁକ୍ତ ସୁବାସ ସିଂ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ପତାକା ଉତ୍ତୋଳନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ I ପରେ ପରେ ବିଦ୍ୟାଳୟର କ୍ରୀଡା ସେକ୍ରେଟାରୀ ଶ୍ରଦ୍ଧା ଭଞ୍ଜଦେଓ ଶପଥ ପାଠ କରାଇଥିଲେ।ଏହାପରେ କଟକ ମେୟର ବିଧି ବଦ୍ଧ ଭାବେ ବାସ୍କେଟ ବଲ ମହାକୁମ୍ଭକୁ ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ ।ମଞ୍ଚାସିନ ଅତିଥ୍ ମାନଙ୍କ ମଧ୍ଯରେ ଥିଲେ, ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ର ନିର୍ଦ୍ଦେଶକ ଶ୍ରୀ ପ୍ରଭୁ ଚରଣ ମହାନ୍ତି,ସି ବି ଏସ ଇ ନିରୀକ୍ଷକ ମୋନାଲିସା ମିଶ୍ର, ଓଡ଼ିଶା ବାସ୍କେଟ ବଲ ଆସୋସିଏସନ୍‌ ର ସେକ୍ରେଟାରୀ ଶ୍ରୀ ଅଶୋକ ସାହୁ। ବ୍ରହ୍ମପୁର ସେଣ୍ଟ ଜାଭିୟର୍ସ ର ନିର୍ଦ୍ଦେଶକ କୁନାଲ କୌଶିକ, ନୂଆବଜାର ସେଣ୍ଟ ଜାଭିୟର୍ସ ର ଅଧ୍ଯକ୍ଷ ଶ୍ରୀ ପ୍ରଦୀପ ତ୍ରିପାଠୀ, କୃଷ୍ଣମୂର୍ତ୍ତି ବାରବାଟି ର ଅଧ୍ଯକ୍ଷ ମନୋଜ ମେନନ୍ । ଆୟୋଜକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରେ ଉଦଘାଟନୀ ସମାରୋହ ସାଙ୍ଗ କରାଯାଇଥିଲା Iଉଦଘାଟନୀ ମ୍ୟାଚ୍ ଟି ୧୯ବର୍ଷରୁ କମ୍ ବର୍ଗର ବାଳକ ଦଳ ରେ ବେଦୀକ ଇଣ୍ଟର୍ ନ୍ୟାସନାଲ ସ୍କୁଲ ଓ କାରାମେଲ ସ୍କୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା I ଏବଂ ୧୯ବର୍ଷରୁ କମ୍ ବାଳିକା ବର୍ଗରେ ଏନ ଜି ଗୋୟେଲ ସ୍କୁଲ ଓ ପଶ୍ଚିମ ବଙ୍ଗର ଆର୍ମି ସ୍କୁଲ ମଧ୍ଯରେ ଅନୁଷ୍ଠିତ ହେଲା।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *