ଦୂର୍ଗାପୂଜା ଓ ଭସାଣ ଉତ୍ସବ ନିମନ୍ତେ ବିଜୁ ପଟ୍ଟନାୟକଛକସ୍ଥିତ ସାରଳା ଭବନଠାରେ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଦୂର୍ଗାପୂଜା ଓ ଭସାଣ ଉତ୍ସବ ନିମନ୍ତେ ବିଜୁ ପଟ୍ଟନାୟକଛକସ୍ଥିତ ସାରଳା ଭବନଠାରେ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ତଥା କଟକ ମହାନଗର ପୂଜା କମିଟିର ସଭାପତି ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ସହରର ରାସ୍ତାଘାଟ
ଅବସ୍ଥାକୁ ନେଇ ସମସ୍ତ ଜନ ପ୍ରତିନିଧି ଏବଂ ମୁରବିମାନେ ଅସନ୍ତୋଷ ପ୍ରକାଶ କରିଥିଲେ।ଦଶହରା ପୂର୍ବରୁ ରାସ୍ତାକୁ ତୁରନ୍ତ ମରାମତି ପାଇଁ ଦାବି ହୋଇଥିଲା । ସେହିଭଳି ବୈଠକରେ ବହୁ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ରହିଥିଲେ।
ପୂର୍ବତନ ବିଧାୟକ ତଥା କଟକ ମହାନଗର ପୂଜା କମିଟିର ସାଧାରଣ ସମ୍ପାଦକ ପ୍ରଭାତ କୁମାର ତ୍ରିପାଠୀ ସହରରେ ପାନୀୟଜଳ ଯୋଗାଣ,
ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ, ସ୍ଵାସ୍ଥ୍ୟ ଓ
କାରଗୁଡ଼ିକ ଅପସାରଣ କରାଯିବା ବିପର୍ଯ୍ୟସ୍ତ ରାସ୍ତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।ସେମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦେଶ ସତ୍ତ୍ଵେ ଆସିନଥିବାରୁ ସାଂସଦଙ୍କ ଠାରୁ ଆରମ୍ଭ କରି ବିଧାୟକମାନେ ବର୍ଷିଥିଲେ। ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ରାସ୍ତା କଡ଼ରୁ ଗଛଡାଳ କଟାଯିବା ଏବଂ କେବୁଲ, ବିଦ୍ୟୁତ୍ ତାରଗୁଡ଼ିକ ଅପସାରଣ କରାଯିବା
ପାଇଁ ସେ ସଂପୃକ୍ତ ବିଭାଗୀୟ
ଅଧିକାରୀମାନଙ୍କୁ ପରାମର୍ଶ
ଦେଇଥିଲେ। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବୈଠକରେ ଯୋଗଦେଇ ଚଳିତବର୍ଷ
ଦୁର୍ଗାପୂଜା ଓ ଭସାଣ ଉତ୍ସବକୁ ସୂଚାରୁରୂପେ ଆୟୋଜିତ କରିବାକୁ ପରାମର୍ଶ ଦେଇଥିଲେ।
ପରିମଳ ବ୍ୟବସ୍ଥା, ରାସ୍ତାଘାଟ ମରାମତି, ଜଳ ନିଷ୍କାସନ, ଅଗ୍ନିଶମ ସେବା ଓ ବିଭିନ୍ନ ନିଗମ ଓ ବେସରକାରୀ ସଂସ୍ଥା ଦ୍ୱାରା ସହରର ବିଭିନ୍ନ ସ୍ଥାନରେ ବିଛାଯାଇଥିବା ରାସ୍ତା ପାରି କେବୁଲ ଗୁଡ଼ିକ ଦୁର୍ଗାମେଢ଼ର ଯାତାୟାତରେ ମୁଖ୍ୟ ପ୍ରତିବନ୍ଧକ ହେଉଥିବାରୁ ଏଗୁଡ଼ିକର ଅପସାରଣ
ନିମନ୍ତେ ପଦକ୍ଷେପ ନିଆଯିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ମେୟର ସୁବାସ ସିଂହ,ଚୌଦ୍ଵାର-କଟକ ବିଧାୟକ ସୌଭିକ ବିଶ୍ଵାଳ ଦୁର୍ଗାପୂଜାପାରମ୍ପରିକ ଭାବେ ଶାନ୍ତି ଶୃଙ୍ଖଳାର ପାଳନ କରାଯିବା ନେଇ ମତ ପ୍ରକାଶ କରିଥିଲେ। ସୂଚନା ଓ
ଲୋକ ସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ସ୍ଵାଗତ ଭାଷଣ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ସମୀର ଦେ, ବିଜେପି ନେତା ନୟନ କିଶୋର ମହାନ୍ତି, ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ନଗର ବିଜେଡି ସଭାପତି ମଧୁସୂଦନ
ଦାସ, ନଗର କଂଗ୍ରେସ ସଭାପତି ସୁରେଶ
ମହାପାତ୍ର ଯୋଗଦେଇଥିଲେ। ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ ଓ ସମ୍ପାଦକ ଭିକାରି ଦାସ, ପୂର୍ବାଞ୍ଚଳ ଶାନ୍ତିକମିଟି ପକ୍ଷରୁ ସଭାପତି ବିଜୟ କୁମାର ସାହୁ ଓ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ଦୁର୍ଗାପୂଜାରେ ନିର୍ଦ୍ଧାରିତ କରାଯାଇଥିବା କାର୍ଯ୍ୟ
ଉପରେ ସବିଶେଷ ତଥ୍ୟ ଉପସ୍ଥାପନ
କରିଥିଲେ। ଅତିରିକ୍ତ ଜିଲାପାଳ ଶିବ ଟପ୍ପୋ ଧନ୍ୟବାଦ ଦେଇଥିଲେ

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *