ମାଓବାଦୀଙ୍କ ଯୋଜନା ପଣ୍ଡ ସୁରକ୍ଷା ବାହିନୀ ହାତରେ ଉଦ୍ଧାର ହେଲା ଲେଣ୍ଡମାଇନ।


କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିଓ୍ବାଡା ସଂରକ୍ଷିତ ଜଙ୍ଗଲରୁ ଲ୍ୟାଣ୍ଡମାଇନ ଉଦ୍ଧାର କଲା ବିଏସଏଫ। ସୁରକ୍ଷାକର୍ମୀଙ୍କୁ କ୍ଷତି ପହଁଞ୍ଚାଇବା ଉଦେଶ୍ୟରେ ମାଓବାଦୀ ମାନେ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ। ମିଳିଥିବା ସୂଚନାନୁସାରେ ଏକ ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ଗତକାଲି ବଡିଗେଟା ବିଏସଏଫର ୧୪୨ ବାଟାଲିୟନ ଯବାନ ମାନେ ଗୋମ୍ଫାକୋଣ୍ଡା କେନାଲ ନିକଟରେ ସର୍ଚ୍ଚ ଅପରେସନ ଚଳାଇଥିଲେ। ଘଟଣା ସ୍ଥଳରେ ତଲାସି କରିବାରୁ ଚାରକୋଣ୍ଡାଲ ପୋଲ କଡ଼ରେ ଥିବା ଯାଆଁଳା ଗଛ ନିକଟରେ ପୋତା ହୋଇଥିବା ଦେଖିବାକୁ ପାଇଥିଲେ। ସୁରକ୍ଷାବାହିନୀର ବୋମା ନିଷ୍କ୍ରିୟକାରୀ ଦଳ ଦ୍ବାରା ସୁରକ୍ଷିତ ନିଷ୍କ୍ରିୟ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଏହି ଅଞ୍ଚଳ ଦୀର୍ଘ ଦଶନ୍ଧି ଧରି ଅତୀତରେ ମାଓବାଦୀଙ୍କ ଗଡ଼ ଥିଲା। ଯେଉଁଠି ମାଓବାଦୀ କ୍ୟାଡ଼ର ଏବଂ ତାଙ୍କ ସହଯୋଗୀ ମାନେ ଏହି ଅଞ୍ଚଳକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରୁଥିଲେ। ଏହିପରି ଏକାନ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜିବା , ବୋମା ସରଞ୍ଜାମ ଗଚ୍ଛିତ ରଖିବା , ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ। ତେବେ ବିଏସଏଫ ସର୍ବଦା ସଜାଗ ରହିବା ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୁମ୍ବିଂ/ସର୍ଚ୍ଚ ଅପରେସନ ଜାରି ରଖିଛି , ସୁରକ୍ଷାର ସଶକ୍ତ ମନୋଭାବ ଅଞ୍ଚଳବାସୀଙ୍କ ମଧ୍ୟରେ ଜାଗ୍ରତ କରାଉଛି। ଲ୍ୟାଣ୍ଡମାଇନ ଜବତ ପରେ ମାଓବାଦୀଙ୍କ ମନୋବଳ ଭାଙ୍ଗିଥିବା ର ଆଲୋଚନା ହେଉଛି।

ମାଲକାନଗିରି ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *