ସେଣ୍ଟ ଜାଭିୟର୍ସ ରେ ବାସ୍କେଟ ବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ର ରଜତ ଜୟନ୍ତୀ ବର୍ଷରେ ସି ବି ଏସ ଇ ଦିଲ୍ଲୀ ତରଫରୁ ଦ୍ଵିତୀୟ ଥର ପାଇଁ ବାସ୍କେଟ ବଲ କ୍ଲଷ୍ଟର -2 ର ଆୟୋଜନ କରିବାର ସୁଯୋଗ କୁ ଅତି ଶୃଙ୍ଖଳିତ ଭାବେ ପରିଚାଳିତ କରି ଆଜି ତାର ଉଦ‌ଯାପନୀ ଉତ୍ସବ କୁ ଆୟୋଜକ ବିଦ୍ୟାଳୟ ସ୍ଥାନୀୟ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ରେ ଅନୁଷ୍ଠିତ କରାଇଥିଲା I ବିଦ୍ୟାଳୟ ର ଅଧ୍ଯକ୍ଷ ଡଃ ପ୍ରିୟଦର୍ଶୀ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା I ଉଦ‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ। ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ଥିଲେ ସି ବି ଏସ ଇ ନିରୀକ୍ଷକ ମୋନାଲିସା ମିଶ୍ର, ଡି ଏସ ଓ ଶ୍ରୀ ରଶ୍ମିରଞ୍ଜନ ସାମନ୍ତରାୟ, ଓଡ଼ିଶା ବାସ୍କେଟ ବଲ ଆସୋସିଏସନ୍ ର ସେକ୍ରେଟାରୀ ଶ୍ରୀ ଅଶୋକ ସାହୁ | ଆଜିର ଫାଇନାଲ ମ୍ୟାଚ ଗୁଡିକରେ ୧୪ ବର୍ଷ ରୁ କମ୍ ବାଳିକା ବର୍ଗରେ କୋଲକାତା ର ଲକ୍ଷ୍ମୀପଟ ଶିଙ୍ଘାଣିଆ ଏକାଡେମୀ, ଚନ୍ଦକା, ଭୁବନେଶ୍ଵର ର ଓଡିଏମ୍ ଗ୍ଲୋବାଲ ସ୍କୁଲ କୁ ହରାଇ ଚମ୍ପିୟାନ ହୋଇଥିବା ବେଳେ ତୃତୀୟ ସ୍ଥାନ ରେ ଅଛି ଛତିଶଗଡ଼ର ଆର କେ ସାରଦା ବିଦ୍ୟା ଆଶ୍ରମ | ୧୭ବର୍ଷ ରୁ କମ ବାଳିକା ବର୍ଗରେ ରାଜନନ୍ଦ ଗାଓଁ, ଛତିଶଗଡ଼ର ଦିଲ୍ଲୀ ପବ୍ଲିକ୍‌ ସ୍କୁଲ କମଲ ବିହାର, ରାୟପୁର ର କ୍ରିଷ୍ଣା ପବ୍ଲିକ ସ୍କୁଲ କୁ ହରାଇ ଚମ୍ପିୟାନ ହୋଇଥିବା ବେଳେ ତୃତୀୟ ସ୍ଥାନ ହାସଲ କରି ଛନ୍ତି ଭୁବନେଶ୍ଵର ର ସାଇ ଇଣ୍ଟରନ୍ୟାସନାଲ ସ୍କୁଲ | ୧୯ବର୍ଷ ରୁ କମ୍ ବାଳିକା ବର୍ଗରେ ଇଉନିଟ ୧, ଭୁବନେଶ୍ଵର ର ଦ ମଦର୍ସ ପବ୍ଲିକ ସ୍କୁଲ କୋଲକାତାର ସୁଶୀଳା ବିର୍ଲା ଗାର୍ଲ୍ସ ସ୍କୁଲ କୁ ହରାଇ ଚମ୍ପିୟାନ ହୋଇଥିବା ବେଳେ ତୃତୀୟ ସ୍ଥାନ ଅଧୁକାର କରିଛନ୍ତି ଛତିଶଗଡ଼ର ଏନ୍ ଏଚ୍ ଗୋୟେଲ ୱର୍ଲ୍ଡ ସ୍କୁଲ।ସେହିପରି ୧୪ବର୍ଷ ରୁ କମ୍ ବାଳକ ବର୍ଗରେ ଭୁବନେଶ୍ଵରର କିଟ ଇଣ୍ଟରନ୍ୟାସନାଲ ସ୍କୁଲ କୁ ହରାଇ ବରଗଡ଼ର ବିକାଶ ରେସିଡେନ୍ସିଆଲ ସ୍କୁଲ ଚମ୍ପିୟାନ ହୋଇଥିବା ବେଳେ ତୃତୀୟ ସ୍ଥାନ ହାସଲ କରି ଛନ୍ତି କଟକର ଦିଲ୍ଲୀ ପବ୍ଲିକ୍ ସ୍କୁଲ କଳିଙ୍ଗ | ୧୭ ବର୍ଷ ରୁ କମ ବାଳକ ବର୍ଗରେ ଛତ୍ରପୁରର ଜ୍ଞାନ ବିକାଶ ଇଂଗ୍ଲିଶ ମିଡିୟମ ସ୍କୁଲ ସମ୍ବଲପୁରର ବିକାଶ ଦି ଜନସେପ୍ଟ ସ୍କୁଲ, କୁ ହରାଇ ଚମ୍ପିୟାନ ହୋଇଥିବା ବେଳେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ବରଗଡ଼ର ବିକାଶ ରେସିଜେନସିଆଲ ସ୍କୁଲ | ୧୯ ବର୍ଷ ରୁ କମ୍ ବାଳକ ବର୍ଗରେ ଭୁବନେଶ୍ଵରର ଓଡ଼ିଏମ ପବ୍ଲିକ ସ୍କୁଲ କୁ ହରାଇ ୟୁନିଟ-୧ ଭୁବନେଶ୍ଵରର ଦ ମଦର୍ସ ପବ୍ଲିକ ସ୍କୁଲ ଚମ୍ପିୟାନ ହୋଇଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ପଶ୍ଚିମ ବଙ୍ଗ ର ନାରାୟଣ ସ୍କୁଲ | ଏହି ସମସ୍ତ ଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।ଶେଷରେ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ହିମାଂଶୁ ଶେଖର କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *