ରାଣୀହାଟ ହାଇସ୍କୁଲ ୧୯୮୦ ବ୍ୟାଚ ପୁରାତନ ଛାତ୍ର ଛାତ୍ରୀଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ”


ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖୁ ବର୍ତ୍ତମାନ ପରିପ୍ରେକ୍ଷୀରେ ବୃକ୍ଷ ରୋପଣ ଏକାନ୍ତ ଆବଶ୍ୟକ । ଉକ୍ତ ମହତ ଚିନ୍ତାକୁ ଆଗେଇ ନେବାପାଇଁ ରାଣୀହାଟ ହାଇସ୍କୁଲ ୧୯୮୦ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଇଁ ଆଗେଇ ଆସିଛନ୍ତି । ଉକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ ମୌଲାନା ଅବଦୁଲ କଲାମ ଆଜାଦ୍ ନ୍ୟାସ୍‌ନାଲ ଉର୍ଦୁ ୟୁନିଭରସିଟି ପରିସରରେ ଅନୁଷ୍ଠିତ ହୋଇଯାଇଛି। ୧୯୮୦ ବ୍ୟାଚ୍‌ର ପୁରାତନ ଛାତ୍ର ତ‌ଥା ଓଡ଼ିଶା ହାଇକୋର୍ଟର ବର୍ତ୍ତମାନର ବିଚାରପତି ଶ୍ରୀଯୁକ୍ତ କେ.ଆର୍. ମହାପାତ୍ର ଏବଂ ଉକ୍ତ ବ୍ୟାଚ୍‌ର ଅନ୍ୟାନ୍ୟ ପୂରାତନ ଛାତ୍ରଛାତ୍ରୀ, ସମାଜସେବୀ ଶ୍ରୀଯୁକ୍ତ ପ୍ରଦୀପ ଛାଟୋଇ, ଅକ୍ଷୟ ଖଟୁଆ, ଶେଖ୍ ସମିଉଲ୍ଲା, ଅଞ୍ଜନ ସାହୁ, ରବିନ୍ଦ୍ର ସାହୁ, ସାମ୍ବାଦିକ ସୁବାସ ମହାରଣା, ପ୍ରମୋଦ ମହାରଣା ବିମଳ ଜେନା, ପ୍ରଶାନ୍ତ ତ୍ରିପାଠି, ରାଜନ ବେହେରା ଉକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଜୟଦେବ ପାଣିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *