ଦଲାଲ ଙ୍କ ମାଧ୍ୟମରେ ନେଉଥିଲେ ଟଙ୍କା ମାଡି ବସିଲା ଭିଜିଲାନ୍ସ

ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ଜଗତସିଂପୁର ଜିଲ୍ଲା ନାଉଗାଁ ବ୍ଲକରେ | ବ୍ଳକ ର କନିଷ୍ଠଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ, 25 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କ ସହ ତାଙ୍କ ସ୍ଵତନ୍ତ୍ର ଦଲାଲ ବାପିନା ଦାସ ଙ୍କୁ ମଧ୍ଯ ଟେକି ନେଇଛନ୍ତି ଭିଜିଲାନ୍ସ ବିଭାଗ | ସୂଚନା ମୁତାବକ ଆଜି ନାଉଗାଁ ବ୍ଳକ ର କନିଷ୍ଠଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ ଜାମୁଗାଁ ପଞ୍ଚାୟତ ର ଜଳସରପଡ଼ା ଅଞ୍ଚଳ ରେ ଏକ ସ୍ମଶାନ କାର୍ଯ୍ୟ ର ଫାଇନାଲ ବିଲ କରିବା ନିମନ୍ତେ ପ୍ରାତପ ଚନ୍ଦ୍ର କାଣ୍ଡି ବାରମ୍ବାର ବ୍ଲକ କୁ ଦୌଡ଼ି ଦୌଡ଼ି ହଇରାଣ ହରକତ ହେବାପରେ ଆଜି ଆସି ବ୍ଲକ କାର୍ଯ୍ୟାଳୟ ରେ ସହକାରୀ ଯନ୍ତ୍ରୀ ସ୍ମୃତି ଙ୍କ ସହଯୋଗୀ ଦଲାଲ ଵାପିନା ଦାସ ଙ୍କ ସାହାଯ୍ୟ ରେ 25 ହଜାର ଟଙ୍କା ଲାଞ୍ଚ ଦେଇଥିଲେ | ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ବିଭାଗ ଯନ୍ତ୍ରୀ ଙ୍କ ଅଫିସ କାର୍ଯ୍ୟାଳୟ ଭିତରୁ ଲାଂଚ ଟଙ୍କା ସହ ସହଯୋଗୀ ଦଲାଲ ଵାପିନା ଓ କନିଷ୍ଠଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ ଙ୍କୁ ଉଠାଇ ନେଇଛି l ଅନ୍ୟପଟେ କନିଷ୍ଠ ଯନ୍ତ୍ରୀ ଙ୍କ ଅଫିସ ରୁମ କୁ ତନଖି ଯାଞ୍ଚ କରୁଛି ଟିମ୍, ଏହି ଚଢ଼ାଉ କଟକ ଭିଜିଲାନ୍ସ ଏସ୍ପି ଓ ଜଗତସିଂହପୁର ଡ଼ିଏସ୍ପି ସାମିଲ ରହିଥିବା ର ଜଣା ଯାଇଛି l
ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *