ଚଳନ୍ତା କାର କେନାଲରେ ପଶି ଚାଳକ ମୃତ।

ଚଳନ୍ତା କାର କେନାଲରେ ପଶି ଚାଳକ ମୃତ। ଘଟଣା ଘଟିଛି କଟକ ସଦର ଥାନା ଅନ୍ତର୍ଗତ ବମ୍ଫକୁଦ ଅଞ୍ଚଳରେ। ବମ୍ଫକୁଦ ଗାଁ ର ଜଣେ ଯୁବକ କାହ୍ନା ଜେନା ଗତକାଲି ରାତିଠାରୁ ଘରକୁ ଫେରିନଥିଲେ,ଆଜି ନିକଟ ରାସ୍ତାକଡ କେନାଲ ରେ ଏକ କାର୍ ପଶି ବୁଡିରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ କାର୍ କେନାଲ ରୁ ଉଦ୍ଧାର ସମୟରେ କାର ଡ଼୍ରାଇଭର ସିଟ୍ ରେ ବସିଥିବା ଅବସ୍ଥାରେ କାହ୍ନୁଙ୍କ ମୃତଦେହ ମିଳିଛି। ବିଳମ୍ବିତ ରାତିରେ କାହ୍ନୁ କାର୍ ଚଲେଇ ଘରକୁ ଫେରିବା ବାଟରେ ଭାରସାମ୍ୟ ହରାଇ ରାସ୍ତାକଡ କେନାଲ କୁ ଖସିପଡିଥିବା ଅନୁମାନ କରାଯାଉଛି। ପୋଲିସ୍ ଶବ ଜବତ୍ କରି ତଦନ୍ତ ଚଳାଇଛି।

ଜୟଦେବ ପାଣିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *