ଭୁବନ ରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ୧୪୦ ଅଭିଯୋଗ ପଞ୍ଜିକୃତ…

ବଡ଼ମ୍ବା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ୧୪୦ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ପଞ୍ଜିକୃତ ଅଭିଯୋଗ ମଧ୍ୟରୁ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ପୂରଣ, ରାସ୍ତା ଉପରେ ଭାରିଯାନ ଚଳାଚଳ ଅଙ୍କୁଶ ପାଇଁ ପ୍ରତିରୋଧ ଫାଟକ ଲଗାଇବା ପାଇଁ ଅଭିଯୋଗ ହୋଇଥିଲା ବୋଲି କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି । ୫ ଜଣ ଜଣ ହିତାଧିକାରୀଙ୍କୁ ରେଡ଼କ୍ରସ ପାଣ୍ଠିରୁ ୩୫ ୫ ୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଅନ୍ୟ ସମସ୍ୟା ଗୁଡି଼କ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ନୂତନ ଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟ ଙ୍କ ସମେତ ଜିଲ୍ଲା ପ୍ରକଳ୍ପ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ସହକାରୀ ଏସ୍ପି ସୂର୍ଯ୍ୟମଣି ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଦିଲ୍ଲୀପ ବିଶ୍ଵାଳ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସ୍ନେହାଶିଷ୍ ସାହୁ , ଉପଜିଲ୍ଲାପାଳ ନାରାୟଣ ନାୟକ ,ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ମହାନ୍ତି , ସ୍ଥାନୀୟ ବିଡିଓ କଲ୍ଯାଣ ସୌରଭ ଦାସ , ତହସିଲଦାର ସିରିଏଲ ଶୁଭ୍ର ପଟେଲ ,ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା, ଉପଖଣ୍ଡ ପୂର୍ତ୍ତ ବିଭାଗ ଯନ୍ତ୍ରୀ ବିଜୟ କୁମାର ସେଠୀ , ସହକାରୀ ଏସ୍ପି ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ

Report Papu sahoo

Leave a Reply

Your email address will not be published. Required fields are marked *