ବିଜେପି ଠାକୁରଗଡ଼ ମଣ୍ଡଳର ସଦସ୍ୟ ସଂଗ୍ରହ ଅଭିଯାନ ର ସମୀକ୍ଷା ବୈଠକ

ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠାକୁରଗଡ଼ ବିଜେପି ମଣ୍ଡଳ ପକ୍ଷରୁ ଏକ ସମୀକ୍ଷା ବୈଠକ ମଣ୍ଡଳ ସଂଯୋଜକ ସୁଜିତ୍ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇ ଅଛି। ଏଥିରେ ଅନୁଗୁଳ ଜିଲ୍ଲା ବିଜେପି ର ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁଦୀପ୍ ଗଡ଼ ନାୟକ, ଠାକୁରଗଡ଼ ମଣ୍ଡଳ ସଭାପତି ଗଗନ ବାରିକ୍, ପୂର୍ବତନ ବିଧାୟକ ସଞ୍ଜୀବ କୁମାର ସାହୁ, ରମେଶ ଚନ୍ଦ୍ର ସାୟ, ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ତଥା ଠାକୁରଗଡ଼ ମଣ୍ଡଳ ପ୍ରଭାରୀ ବିଶ୍ୱଜିତ୍ ମିଶ୍ର ପ୍ରମୁଖ ଯୋଗଦେଇ ସଦସ୍ୟତା ଅଭିଯାନ ରେ ସାମିଲ ହୋଇ ସଦସ୍ୟ ସଂଗ୍ରହ ଅଭିଯାନ କୁ ତ୍ୱରାନ୍ୱିତ କରିବାକୁ କର୍ମୀ ମାନଙ୍କୁ ପ୍ରବର୍ତ୍ତାଇ ଥିଲେ। ଆଠମଲ୍ଲିକ ରୁ ବୁଲୁ ଦଳେଇ ରିପୋର୍ଟ

Leave a Reply

Your email address will not be published. Required fields are marked *