ବିଜେପି ପକ୍ଷରୁ ନିଶୁଳ୍କ ସ୍ବାସ୍ଥ୍ୟ ସେବା ଓ ରକ୍ତ ଦାନ ଶିବିର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୪ତମ ଜୟନ୍ତୀ ଅବସରରେ
ଚୌଦ୍ୱାର- କଟକ ବିଜେପି ପକ୍ଷରୁ ମହାନଦୀ ବିହାର ସ୍ଥିତ ସେଲିବ୍ରେସନ ମଣ୍ଡପଠାରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେପି ନେତା ନୟନ କିଶୋର ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଶିବିରରେ ୭୦ ୟୁନିଟ୍ ସଂଗ୍ରହ ହୋଇଥିଲା। ପ୍ରାୟ ୧୬୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
ସ୍ତ୍ରୀ ପ୍ରସୂତି ବିଶେଷଜ୍ଞ, ଶିଶୁ ଓ ଭେଷଜ ବିଭାଗ ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା । ପଞ୍ଜିକୃତ ରୋଗୀମାନଙ୍କୁ ଚିକିତ୍ସା ସହ ଔଷଧ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବୈଦେଶ୍ୱର୍ ପଣ୍ଡା, ଭାଗୀରଥି ଦଳାଇ, ମହେନ୍ଦ୍ର ମହାନ୍ତି, କର୍ପୋରେଟର ଗୋପାଳ ବେହେରା, ଦୀପକ ଦାସ, ଜଗନ୍ନାଥ ଦାସ, ମନମୋହନ ଉପାଧ୍ୟାୟ, ଭାବଗ୍ରାହୀ ପଟ୍ଟନାୟକ, ମିତାଲି ଦାସ ପ୍ରମୁଖ ଉପସ୍ଥିତ ଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *