ଯସନ୍ – ଏ – ଇଦ୍ ମିଲାଦୁନ୍ ନଵୀ ପାଳିତ ।


ଭାଇ ଚାରା ର ସହର କଟକରେ କେଶର ପୁର ଯୁବ ଛାତ୍ର ସଂଗଠନ ପକ୍ଷରୁ ମହାପୁରୁଷ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ କବର ସ୍ଥାନ ଛକରେ ଯସନ୍ – ଏ – ଇଦ୍ ମିଲାଦୁନ୍ ନଵୀ ପାଳିତ ହୋଇଛି। କେଶର ପୁର ଅଞ୍ଚଳର ଯୁବକ, ଛାତ୍ର ଓ ସାହି ମୂରବୀ ମାନଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶେଖ୍ ମଞ୍ଜୁର, ଗାନି ବକ୍ସ,ଶେଖ୍ ତାଜ, ଶେଖ୍ ସମଦ ଏବଂ ବହୁ ବୁଦ୍ଧିଜୀବୀ ତଥା ସବୁ ସମ୍ପ୍ରଦାୟ ର ଲୋକ ମାନେ ଯୋଗ ଦେଇ ପ୍ରକୃତ ଭାଇଚାରା ର ପରିଚୟ ଦେଇଥିଲେ ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *