ପ୍ରସିଦ୍ଧ ବଳଦ ଯାତ୍ରା ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ, DJ ସମ୍ପୂର୍ଣ୍ଣ ବ୍ୟାନ୍ ପାଇଁ ନିଷ୍ପତ୍ତି

ଭୁବନ ର ଐତିହାସିକ,ପାରମ୍ପରିକ ତଥା ଗଣ ପର୍ବ ଭାବେ ପ୍ରସିଦ୍ଧି ଲାଭ କରିଥିବା ଦଶହରା ବଳଦ ଯାତ୍ରା ଉପଲକ୍ଷେ ଏନ୍ ଏ ସି ସଭା ଗୃହରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି କମିଟି ମୁଖ୍ୟ କାମାକ୍ଷା ନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ତହସିଲଦାର ସିରୀୟଲ ଶୁଭ୍ର ପଟେଲ,ଏନ୍ ଏ ସି ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା ,ଥାନାଧିକାରୀ ମନସ୍ଵିନୀ ମହାନ୍ତି ,ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ବାଳ,ବିଦ୍ୟୁତ୍ ବିଭାଗ ଆସିଷ୍ଟାଣ୍ଟ ମ୍ୟାନେଜର ନଳିନୀ ଶଙ୍କର ରଥ,ଦଶହରା ବଳଦ କମିଟି ସଭାପତି ଦିଲ୍ଲୀପ କୁମାର ଦାସ,ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l କାଉନସିଲର ପପୁ କୁମାର ସାହୁ, ସମସ୍ତ ବଜାର କମିଟି ସଭାପତି ଙ୍କ ସମେତ ସମସ୍ତ ବଳଦିଆ କମିଟି ଓ ଦୁର୍ଗାପୂଜା କମିଟି ସଦସ୍ୟ ଯୋଗଦେଇ ବଳଦ ଯାତ୍ରା, ରାବଣ ପୋଡ଼ି ଓ ଦୁର୍ଗା ମେଢ଼ ଭସାଣି ଯାତ୍ରା କୁ ଅତ୍ୟନ୍ତ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବେ ଶେଷ କରିବାକୁ ଆଲୋଚନା କରିଥିଲେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ସମ୍ପୂର୍ଣ ଡି ଜେ ମୁକ୍ତ ଦଶହରା ପାଳନ ପାଇଁ ନିଷ୍ପତି ନିଆଯାଇଥିଲା । ପାରମ୍ପରିକ ନୃତ୍ୟ, ଗୀତ ଓ ବାଦ୍ୟ ପରିବେଷଣ କୁ ଅନୁସରଣ କରିବା ପାଇଁ ସର୍ବାଧିକ ବୟୋଜ୍ୟେଷ୍ଠ ବ୍ୟକ୍ତି ମତପୋଷଣ କରିଥିଲେ l ଦଶହରା ପୂର୍ବରୁ ସହର ର ସମସ୍ତ ରାସ୍ତା ପ୍ରଶସ୍ତ କରାଯିବା,ଡ୍ରେନ ମରାମତି ଓ ସ୍ଲାବ ପକାଯିବା,ପ୍ରତ୍ୟେକ ବିଦ୍ୟୁତ ଖୁଣ୍ଟ ରେ ଲାଇଟ୍ ଲଗାଯିବା,ଯାତ୍ରାରେ ଲକ୍ଷାଧିକ ଯାତ୍ରୀଙ୍କ ସମାଗମ କୁ ଦୃଷ୍ଟିରେ ରଖି ସମସ୍ତ ଶୌଚାଳୟ ଖୋଲାଯିବା ସହିତ ଅସ୍ଥାୟୀ ଶୌଚାଳୟ ମଧ୍ୟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଚଳିତ ବର୍ଷ ଅକ୍ଟୋବର ୯ ତାରିଖ ଷଷ୍ଠୀ ପୂଜା ଠାରୁ ୧୪ ତାରିଖ ଭସାଣି ଯାତ୍ରା କୁ ଅତ୍ୟନ୍ତ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳିତ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ୧୪ ତାରିଖ ସନ୍ଧ୍ୟା ୭ ଘଟିକା ସୁଦ୍ଧା ରାବଣ ପୋଡ଼ି ଶେଷ କରିବାକୁ ଜୋର୍ ଦିଆଯାଇଥିଲା । ରାବଣ ପୋଡ଼ି ପରେ ପ୍ରସିଦ୍ଧ ବଳଦ ଯାତ୍ରା ଓ ଭସାଣି ଯାତ୍ରା ଅନୁଷ୍ଠିତ ହେବ । ୧୫ ତାରିଖ ସକାଳ ୬ ଘଟିକା ସୁଦ୍ଧା ସମସ୍ତ ବଳଦ ନୂଆ ବଜାର ଅତିକ୍ରମ କରିବେ ଓ ୭ ଘଟିକlରେ ଦୁର୍ଗା ମେଲଣ ଅନୁଷ୍ଠିତ ହୋଇ ଭସାଣି ଉତ୍ସବ ଶେଷ କରିବାକୁ ନିଷ୍ପତି ନିଆଯାଇଥିଲା।ଶେଷରେ ଆଇନଜିବୀ କୁଞ୍ଜ ବିହାରୀ ଚିନରା ଧନ୍ୟବାଦ ଅର୍ପଣ କରିଥିଲେ।

Report Papu sahoo
Bhuban

Leave a Reply

Your email address will not be published. Required fields are marked *