ଧଣ୍ଡାତୋପା ବନ୍ୟାଞ୍ଚଳ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ।

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଷୋଳପଦା ଅଞ୍ଚଳ ଆମ୍ବସରମୁଣ୍ଡା ସେବାଶ୍ରମ ବିଦ୍ୟାଳୟ ପରିସର ମଧ୍ୟରେ ,ପଞ୍ଚମ, ଷଷ୍ଠ ଓ ସପ୍ତମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଧଣ୍ଡାତୋପା ବନାଞ୍ଚଳ ଅଧିକାରୀ ବାବୃବହାନ ସାହୁ ଙ୍କ ଆୟୋଜନ ରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସେବାଶ୍ରମ ର ପ୍ରଧାନ ଶିକ୍ଷକ ଦୈତାରି ପ୍ରଧାନ, ସହକାରୀ ଶିକ୍ଷକ ମାନସ ନାୟକ, ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ନାୟକ, ଲିଟିଲି ବିଶ୍ଵାଳ ଧଣ୍ଡାତୋପା ବନପାଳ ଗୌରଚନ୍ଦ୍ର ଦନ୍ତା, ଆଡେଇଶ୍ୱର ବନପାଳ ପ୍ରଶାନ୍ତ କୁମାର ନାୟକ, ଆମ୍ବସରମୁଣ୍ଡା ବନପାଳ ଗୌରୀ ବେହେରା, ବରିଷ୍ଠ ସାମ୍ବାଦିକ କରୁଣା କର ନାୟକ ଉପସ୍ଥିତ ଥିଲେ । ଏଥିରେ ଆମ ଚତୃପର୍ଶ୍ୱରେ ବନ୍ୟ ପ୍ରାଣୀ ଶୀର୍ଷକ ବିଷୟବସ୍ତୁରେ ମୋଟ ୧୬ ଜଣ ଛାତ୍ର ଛାତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ।

ଆଠମଲ୍ଲିକ ରୁ ବୁଲୁ ଦଳେଇ ରିପୋର୍ଟ

Leave a Reply

Your email address will not be published. Required fields are marked *