ବିବେକାନନ୍ଦ ଯୁବ ସଂଗଠନ, କଟକ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

କଟକ ସହରର ଅଗ୍ରଣୀ ସ୍ବେଚ୍ଛସେବୀ ଅନୁଷ୍ଠାନ ବିବେକାନନ୍ଦ ଯୁବ ସଂଗଠନ ର ପ୍ରଥମ ବାର୍ଷିକ ଉତ୍ସବ ପାଳନ ମହା ଆଡମ୍ବର ରେ ପାଳିତ ହୋଇଯାଇଅଛି ।ଆଜି ବିଜୁ ପଟ୍ଟନାୟକ ଛକ ସ୍ଥିତ ସାରଳା ଭବନ ଠାରେ ବିବେକାନନ୍ଦ ଯୁବ ସଂଗଠନ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ବିବେକାନନ୍ଦ ଯୁବ ସଂଗଠନ କଟକ ସହରରେ ଏକ ନୂତନ ଓ ପ୍ରମୁଖ ସ୍ୱଚ୍ଛାସେବି ସଂଗଠନ ଭାବରେ ଉଭା ହୋଇଅଛି। ସଂଗଠନ ତରଫରୁ ସହର ପ୍ରମୁଖ ସ୍ଥାନ ମାନଙ୍କରେ ଅଳିଆ ଆବର୍ଜନା ସଫେଇ , ବୃକ୍ଷ ରୋପଣ ଆଦି କାର୍ଯ୍ୟ ରେ ନିଜକୁ ସର୍ବଦା ନିୟୋଜିତ ରଖିଥିବା ପ୍ରକାଶ। ।ଏଥି ସହିତ ମୁଖ ବଧିର ପିଲାଙ୍କ ସ୍କୁଲ ରେ ସାହାଯ୍ୟ କରିବା , ଦୁଖୀ ଗରିବ ଲୋକଙ୍କ ଙ୍କୁ ହସ୍ପିଟାଲରେ ସାହାଯ୍ୟ ଏବଂ ସ୍ବାସ୍ଥ୍ୟ ଗତ ସାହାଯ୍ୟ କରିବା ସଂଗଠନ ର ସଭ୍ଯ ସଭ୍ୟା କରିଥାନ୍ତି । ଅନେକ ଲକ୍ଷ୍ୟ ଯଥା ସାମାଜିକ ବିକାଶ, ସାଂସ୍କୃତିକ ବିକାଶ ,ସାମାଜିକ ସଚେତନତା, ସ୍ବେଚ୍ଛାସେବୀ ଏବଂ ସେବା, କ୍ରୀଡା ଏବଂ ଶାରୀରିକ ବିକାଶ ,ନେତୃତ୍ୱ ବିକାଶ, ସ୍ବଚ୍ଛତା ପରିଚାଳନା , ବୃକ୍ଷ ରୋପଣ ପରିବେଶ ସୁରକ୍ଷା ପ୍ରଭୁତି କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିବା ପ୍ରକାଶ । ଯଥା ଏହି ଉତ୍ସବ ରେ କଟକ ସ୍ତିତ ରାମକୃଷ୍ଣ ମଠର ମୁଖ୍ୟ ସ୍ବାମୀ ଜୀବନାନାଥ ନନ୍ଦଜୀ ମହାରାଜ, ଭଦ୍ରକ ସ୍ଥିତ ରାମକୃଷ୍ଣ ମଠର ମୁଖ୍ୟ ସ୍ବାମୀ ଆଶ୍ରୟାନାଥନନ୍ଦଜୀ ମହାରାଜ , ପ୍ରସିଦ୍ଧ ବ୍ୟଙ୍ଗ କବି ଶ୍ରୀ ଜ୍ଞାନ ହୋତା , କଟକ ମେୟର ଶ୍ରୀ ସୁବାସ ସିଂହ, ସାହିତ୍ୟକ ଶ୍ରୀ ବିଜୟ ମଲ୍ଲ , ସଂଗଠନ ର ଉପଦେଷ୍ଟା ଏ . ଶ୍ରୀଦେବୀ ,ପୁଷ୍ପିତ। ମହାନ୍ତି , ବିକାଶ ବେହେରା , ସଂଗଠନର ସଭାପତି ସିଦ୍ଧାର୍ଥ ସିଂ , ସମ୍ପାଦକ ବିନୋଦ କୁମାର ପଣ୍ଡା, , ଯୁଗ୍ମ ସମ୍ପାଦକ ସଏଦ ଶେଖାୱତ ଅଲ୍ଲୀ, ଉପଦେଷ୍ଟା ଆଇନଜୀବୀ ସୁଧୀର ମହାନ୍ତି , ଉପଦେଷ୍ଟା ଆଇନଜୀବୀ ସ୍ୱଦେଶ ଦାସ, ଉପଦେଷ୍ଟା ଅର୍ଦ୍ଧେନ୍ଦୁ ଶେଖର ମାଝୀ ଉପଦେଷ୍ଟା ଦେବେନ୍ଦ୍ର କାହାଳି ,ନରେନ୍ଦ୍ର ସେଠୀ ସଂଗଠନ ର ସଭ୍ଯ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *