ଦାବି ପୂରଣ ନହେବାରୁ ବୁଧବାରଠାରୁ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ନର୍ସିଂ ଅଧିକାରୀ ସଂଘ।

ଦାବି ପୂରଣ ନହେବାରୁ ବୁଧବାରଠାରୁ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ନର୍ସିଂ ଅଧିକାରୀ ସଂଘ। ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ ସବୁ ସେବାକୁ ବର୍ଜନ କରିବ ବୋଲି ସଂଘ ପକ୍ଷରୁ ନିଷ୍ପରି ନିଆଯାଇଛି। ଅନ୍ୟପକ୍ଷରେ ଏସ୍‌ମା ବଳବତ୍ତରଥିବାରୁ ଆନ୍ଦୋଳନ କଲେ ନର୍ସିଂ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା‌ଯିବ ବୋଲି ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ଏବଂ ଏନେଇ ସବୁ ସରକାରୀ ହସ୍ପିଟାଲକୁ ଅବଗତ କରାଯାଇଛି।ଦଶଦଫା ଦାବି ନେଇ ନର୍ସିଂ ଅଧିକାରୀ ସଂଘ ଆନ୍ଦୋଳନ କୁ ଓହ୍ଲାଇଛି। ବାରମ୍ବାର ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଛନ୍ତି । ସରକାର ପ୍ରତିଶ୍ରୁତି ଦେଇଛନ୍ତି ହେଲେ ଦାବି ପୂରଣ ହେଉନାହିଁ । ଯାହାକୁ ନେଇ ସାରା ରାଜ୍ୟରେ କାର୍ଯ୍ୟରତ ପ୍ରାୟ ୧୫ ହଜାର ନସିଂ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି। ଏହାର ପ୍ରଭାବ ଆଜି ଦେଖିବାକୁ ମିଳିଛି କଟକ ବଡ଼ ଡ଼ାକ୍ତରଖାନା ଓ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ।ଗତମାସରେ ଦାବି ପୂରଣ ନେଇ ସଂଘ ସରକାରଙ୍କ ସହିତ ଆଲୋଚନା କରିଥିଲା I ଅଗଷ୍ଟ ୨୫ରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଥିଲା ଏବଂ ସରକାର ମାସେ ମହଲତ ମାଗିଥିଲେ । ଏହାପରେ ସଂଘ ଆନ୍ଦୋଚନକୁ ସ୍ଥଗିତ ରଖିଥିଲା I ମାସେ ଭିତରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସଂଘ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥବା କହିଛନ୍ତି ନର୍ସିଂ ଅଧିକାରୀ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *