କମ୍ରେଡ୍‌ ସୀତାରାମ ୟେଚୁରୀଙ୍କୁ ବୈପ୍ଳବିକ ଶ୍ରଦ୍ଧାଞ୍ଜଳି।

ଭାରତର କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀର ପଲିଟ୍ ବ୍ୟୁରୋ ଦଳର ସାଧାରଣ ସମ୍ପାଦକ କମ୍ରେଡ୍‌ ସୀତାରାମ ୟେଚୁରୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛି । ନୂଆଦିଲ୍ଲୀସ୍ଥିତ ଅଖଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନରେ ଫୁସଫୁସରେ ଗୁରୁତର ସଂକ୍ରମଣ ସହ ସଂଗ୍ରାମ କରିବା ପରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ସୀତାରାମ ୟେଚୁରୀ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ସର୍ବୋଚ୍ଚ ନେତା ଥିଲେ । ସେ ଥିଲେ ବାମପନ୍ଥୀ ଆନ୍ଦୋଳନର ଜଣେ ଉତ୍କୃଷ୍ଟ, ଦୂରଦର୍ଶୀ ନେତା ଏବଂ ଜଣେ ଜଣାଶୁଣା ମାର୍କ୍ସବାଦୀ ଚିନ୍ତାନାୟକ।ସେ ଜଣେ ମେଧାବୀ ଛାତ୍ର ଥିଲେ । ଯିଏ କି ଅର୍ଥନୀତିରେ ଉଭୟ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀରେ ପ୍ରଥମ ଶ୍ରେଣୀ ହାସଲ କରିଥିଲେ । ସେ ୧୯୭୪ରେ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଛାତ୍ର ଆନ୍ଦୋଳନରେ ଯୋଗ ଦେଇ ଭାରତର ଛାତ୍ର ଫେଡେରେସନ୍‌ର ନେତା ହୋଇଥିଲେ । ଦୁଇ ବର୍ଷ ମଧ୍ୟରେ ସେ ୩ ଥର ଜେ.ଏନ୍.ୟୁ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେ ୧୯୮୪ରୁ ୧୯୮୬ ପର୍ଯ୍ୟନ୍ତ ଭାରତର ଛାତ୍ର ଫେଡେରେସନ୍‌ର ସର୍ବଭାରତୀୟ ସଭାପତି ଥିଲେ ଏବଂ ଛାତ୍ର ସଂଗଠନକୁ ଏକ ସର୍ବଭାରତୀୟ ଶକ୍ତି ଭାବରେ ବିକଶିତ କରିବାରେ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥିଲେ ।ସୀତାରାମ ୟେଚୁରୀ ୧୯୭୫ରେ ସି.ପି.ଆଇ.(ଏମ୍)ରେ ଯୋଗ ଦେଇଥିଲେ । ଜରୁରୀକାଳୀନ ପରିସ୍ଥିତି ସମୟରେ ତାଙ୍କ ରାଜନୈତିକ କାର୍ଯ୍ୟକଳାପ ପାଇଁ ତାଙ୍କୁ ଗିରଫ କରାଯାଇଥୁଲା । ୧୯୮୫ ମସିହାରେ ପାର୍ଟିର ଦ୍ଵାଦଶ କଂଗ୍ରେସରେ ସେ ଦଳର କେନ୍ଦ୍ରୀୟ କମିଟିକୁ ନିର୍ବାଚିତ ହୋଇଥିଲେ ଏବଂ ସେ, ଏପର୍ଯ୍ୟନ୍ତ କେନ୍ଦ୍ରୀୟ କମିଟିରେ ରହିଥିଲେ। ୧୯୮୯ରେ ସେ ପାର୍ଟିର କେନ୍ଦ୍ରୀୟ ସେକ୍ରେଟାରୀଏଟ୍‌କୁ ଏବଂ ୧୯୯୨ରେ ପାର୍ଟିର ଚତୁର୍ଦ୍ଦଶ କଂଗ୍ରେସରେ ପଲିଟ୍ ବ୍ୟୁରୋକୁ ନିର୍ବାଚିତ ହୋଇଥିଲେ। ତ୍ୟାଗ, ଚିତିକ୍ଷା, ସଂଗ୍ରାମର ଏପରି ଜଣେ ବ୍ୟକ୍ତିତ୍ୱଙ୍କ ସ୍ମୃତି ଚାରଣ ନିମନ୍ତେ ଏକ ସ୍ମରଣ ସଭା କଟକ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, କମ୍ରେଡ ଜନାର୍ଦ୍ଦନ ପତି, ବଦ୍ରିନାରାୟଣ ଦାଶ, ଅମରେନ୍ଦ୍ର ମହାନ୍ତି, ବିଶ୍ଵାବସୁ ଦାସ ଓ ପ୍ରାୟ ୧୦୦ରୁ ଉର୍ଦ୍ଧ ସି ପି ଆଇ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *