ନୁଆଁ ସେବାସଂଘଠନ ଗଠନ ଓ ନୂଆଁଖାଇ ଭେଟଘାଟ

ନୂଆପଡା ଜିଲ୍ଲା କୋମନା ବ୍ଲକ ଉଦ୍ୟାନବନ୍ଦ ଶିଶୁମନ୍ଦିର ଠାରେ ଏକ ନୂତନ କରି ସେବାସଂଘଠନ ଗଠନ ର ମୁଲଧୁଆ ଓ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉଦ୍ୟାନବନ୍ଦ ଠାରେ ସମସ୍ତ ଶିକ୍ଷିତ ଓ ସାମାଜିକ କର୍ମୀ ଏକତ୍ରିତ ହେବା ପରେ, କୋମନା ଅଂଚଳ ର ବିକାଶ ଲାଗି ସଂକଳ୍ପ ନେଇଛନ୍ତି l ସାମାଜିକ କର୍ମୀ ମୂଳଚନ୍ଦ ସୁନାନୀ ଙ୍କ ସଭାପତିତ୍ୱ ରେ ଉଦ୍ୟାନବନ୍ଦ ଶିଶୁମନ୍ଦିର ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ କୋମନା ବ୍ଲକ ର ବିଭିନ୍ନ ପ୍ରାନ୍ତ ରୁ ଆସି ସାମାଜିକକର୍ମୀ, ପଂଚାୟତ ପ୍ରତିନିଧି, ଅବସର ପ୍ରାପ୍ତ କର୍ମଚାରୀ ମାନେ ଯୋଗ ଦେଇ ଥିଲେ l ପରମ୍ପରା ରୀତିନୀତି ରେ ନୂଆଖାଇ ପରେ ଭେଟଘାଟ କାର୍ଯ୍ୟକ୍ରମ ହୋଇଥିଲା, ଦ୍ଵିତୀୟ ପର୍ୟ୍ଯୟ ରେ ଏକ ସାମାଜିକ ସଂଘଠନ ସକାଶେ କର୍ମକର୍ତା ମନୋନୟନ କାର୍ଯ୍ୟକ୍ରମ ହୋଇଥିଲା l ସର୍ବସମତି କ୍ରମେ ମାନିଗୁଡା ପଂଚାୟତ ସରପଞ୍ଚ ଯୋଗେନ୍ଦ୍ର ବାଗ ଙ୍କୁ ସଭାପତି ଭାବେ ଚୟନ କରଯାଇଥିବା ବେଳେ ମୂଳଚନ ସୁନାନୀ ଉପସଭାପତି, ଅବନୀ ପାଢ଼ୀ ସମ୍ପାଦକ, ଯୁବରାଜ ପଟେଲ କୋଷାଧକ୍ଷ, ବୁଲୁ ଯୋଶୀ ଙ୍କୁ ଯୁଗ୍ମ ସମ୍ପାଦକ ଭାବେ ମନୋନୀତ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟ୍ୟରେ ନବୀନ ଠାକୁର, ତରୁଣ ରଥ, ମନିଜର ଆର୍ଯ୍ୟ, ସନ୍ତୋଷ ମହାନ୍ତି, ଦେବାଶିଷ ରଣା, ସୁବ୍ରତ ଅଗସ୍ତି ପ୍ରମୁଖ ସାମିଲ ଥିଲେ ll ନୂଆପଡା ଜିଲ୍ଲା କୋମନା ରୁ ହୃଷିକେଶ ଦଣ୍ଡସେନା ଙ୍କ ରିପୋର୍ଟ, ହର୍ଷିକା ମେଡ଼ିଆ…..

Leave a Reply

Your email address will not be published. Required fields are marked *