କଟକର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ୨୦୧୩ ବ୍ୟାଚ ର ଆଇପିଏସ ଜଗମୋହନ ମୀନା ।

କଟକର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ୨୦୧୩ ବ୍ୟାଚର ଆଇପିଏସ ଜଗମୋହନ ମୀନା । ଆଇ ପି ଏସ ପ୍ରକାଶ ଆର୍ ଙ୍କ ବଦଳି ପରେ ଜଗମୋହନ ମୀନା ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ କଟକ ର ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଦାୟିତ୍ବ ଗ୍ରହଣ ପରେ ଡିସିପି ପତିକ୍ରିୟା ଦେଇ କହିଛନ୍ତି ଆଗକୁ ପାର୍ବଣ ଋତୁ ଆରମ୍ଭ ହେଉଛି ତେଣୁ ତାହା ଉପରେ ଆମର ଗୁରୁତ୍ଵ ରହିବ । ଆଜି ସମସ୍ତ ବରିଷ୍ଠ ଅଧିକାରୀ ଓ ଆଇଆଇସି ମାନଙ୍କ ସହିତ ଆଲୋଚନା କରିବି । କେମିତି ଥାନାରେ ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର କରାଯିବା ସହ ମହିଳା ମାନଙ୍କ ପାଇଁ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଚେଷ୍ଟା କରାଯିବ । ଆଗାମୀ ଦିନ ଗୁଡ଼ିକ ଆମ ପାଇଁ ବଡ଼ ଆହ୍ୱାନ ରହିବ । କଟକ ର ନାଗରିକ ମାନଙ୍କ ସହଯୋଗ ରେ ଆମେ ଭଲରେ ସବୁ କିଛି କରି ପାରିବୁ । ବଡ଼ ବଡ଼ ଅପରାଧୀ ମାନଙ୍କ ଉପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *