ବାଂଲାଦେଶୀ ଭାବି ମରାଣତ୍ମକ ଆକ୍ରମଣ

ବାଂଲାଦେଶୀ ଭାବି କଲିକତାରୁ ଆସିଥିବା ସାଧାରଣ ଲୋକଙ୍କୁ ମରାଣତ୍ମକ ଆକ୍ରମଣ ନାଉଗାଁ ଥାନାରେ ଅଭିଯୋଗ l ସୂଚନା ମୁତାବକ ଆଜି ନାଉଗାଁ ଥାନା ଅଞ୍ଚଳ ର ଖଇରା ବସ୍ତ ନିକଟରେ ନିର୍ମାଣ ହେଉଥିବା ରାଇସି ମିଲ କୁ ଦିନ ମଜୁରିଆ ରୂପେ କାର୍ଯ୍ୟ କରିବା ପାଇଁ ଶତାଧିକ ବଙ୍ଗାଳି ପଶ୍ଚିମବଙ୍ଗ ରୁ ଆସି ଦୀର୍ଘ 6 ମାସ ହେବ କାର୍ଯ୍ୟ କରି ଆସୁଥିଲେ, ହେଲେ ଆଜି କିଛି ଲୋକେ ନିଜ ଘର ଅଭିମୁଖେ ଏକ ବସ ଯୋଗେ ଯାଉଥିବା ସମୟରେ କିଛି ଅଜଣା ଯୁବକ କାର ରେ ଆସି ମୁଣ୍ଡାଳ ନିକଟରେ ଉକ୍ତ ବସ ଟିକୁ ଅଟକାଇ ବସ ରେ ଥିବା ଛଅ ରୁ ସାତଜଣ ମହିଳା ଓ ପୁରୁଷ କୂ ଅମାନୁଷିକ ଭାବେ ମାରି ଲହୁ ଲୁହାଣ କରି ଦେଇ ପଳାଇ ଯାଇଥିଲେ l ତେବେ ଆହତ ହୋଇଥିବା ଲୋକ ମାନଙ୍କୁ ଉଦ୍ଧାର କରାଯାଇ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତି କରାଯାଇଥିଲା ଓ ଏକ ଲିଖିତ ଅଭିଯୋଗ ନାଉଗାଁ ପୋଲିସ ଷ୍ଟେସନ ରେ ଉକ୍ତ ଘଟଣା କୁ ନେଇ କରାଯାଇଥିଲା l ଘଟଣା ସ୍ଥଳରେ ନାଉଗାଁ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ର ଦେଖା ଯାଇଛି l ଅନ୍ୟପଟେ ଆଜି ନାଉଗାଁ ପାଳସାହି ନିକଟରେ ମଧ୍ୟ ପଶ୍ଚିମବଙ୍ଗ ରୁ ଆସିଥିବା କିଛି ବଙ୍ଗାଳି କୁ ମଧ୍ୟ ଆକ୍ରମଣ କରାଜାଇ ଥିବା ର ଦେଖିବାକୁ ମିଳିଛି l ତେବେ ସମସ୍ତ ଘଟଣା ଏବେ ନାଉଗାଁ ଅଞ୍ଚଳ ରେ ଚଞ୍ଚଲ୍ୟ ସୃଷ୍ଟି କରିଥିବା ର ଦେଖାଯାଇଛି l
ଜଗତସିଂପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *