ମଧ୍ୟ ରାତ୍ରିରୁ ପାରମ୍ପରିକ ହାତ ବାଦ୍ୟ ବନ୍ଦ କଟକଣାକୁ ପ୍ରତ୍ୟାହୃତ କରାଯାଉ।

କଟକ ସହର ରେ ଦଶହରା ପର୍ବ ଏକ ମୁଖ୍ୟ ପ୍ରସିଦ୍ଧ ପର୍ବ ଅଟେ !
ସୁନା ଓ ଚାନ୍ଦି ମେଢ଼ ରେ ମା ଦୁର୍ଗା ‘ ଙ୍କୁ ସୁସଜ୍ଜିତ କରାଯାଇ ପୂଜା କରାଯାଏ ଓ ଭସାଣି ଶୋଭାଯାତ୍ରା କରାଯାଏ ! ପାରମ୍ପରିକ ବାଦ୍ୟ ଗୁଡ଼ିକ ” ମା ଦୁର୍ଗା ” ଙ୍କ ଭସାଣି ଶୋଭାଯାତ୍ରା ସହିତ ସଂସ୍କୃତି ଓ ରୀତିନୀତି ଅନୁଯାଇ ଜଡ଼ିତ କିନ୍ତୁ ଚଳିତ ବର୍ଷ କଟକ କମିସନରେଟ୍ ପୋଲିସ ପକ୍ଷରୁ କରାଯାଇଥିବା, କଟକଣା ହେତୁ ଭସାଣି ଶୋଭା ଯାତ୍ରା ରେ ବାଜୁଥୁବା ପାରମ୍ପରିକ ହାତ ବାଦ୍ୟ ଗୁଡ଼ିକୁ ଭସାଣି ଦିନ ମଧ୍ୟରାତ୍ରି ରୁ ବନ୍ଦ ନିର୍ଦ୍ଦେଶ ଅଶୋଭନୀୟ,ଅପମାନଜନକ, ପରମ୍ପରା ଓ ସଂସ୍କୃତି ବିରୋଧୀ ଅଟେ ! ଏହି ସବୁ ପାରମ୍ପରିକ ବାଦ୍ୟ ଗୁଡ଼ିକୁ ବାଜିବାକୁ ଅନୁମତି ଦିଆଯାଉ, ଯାହାକି ” ମା ଦୁର୍ଗା” ଙ୍କ ପ୍ରତି ସମ୍ମାନ ଓ ଦୀର୍ଘ ବର୍ଷ ର ପରମ୍ପରା ଓ ସଂସ୍କୃତି କୁ ଜଡ଼ିତ ରଖିବ ଏବଂ କଟକ ର ଭସାଣି ଶୋଭାଯାତ୍ରା କୁ ଅକ୍ଷୁଣ୍ଣ ରଖିବା ସହିତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବ ! ଏହି ବାଦ୍ୟଯନ୍ତ୍ର ବଜେଇ ଆମର ବାଦ୍ୟ କଳାକାର ମାନେ କିଛି ଟଙ୍କା ରୋଜଗାର କରି ପରିବାରର ଭରଣ ପୋଷଣ କରିଥାନ୍ତି। ଉପରୋକ୍ତ ନିର୍ଦ୍ଦେଶ କୁ ପୁନର୍ବାର ବିଚାର କୁ ନିଆଯାଉ ଓ ପାରମ୍ପରିକ ବାଦ୍ୟ ଗୁଡ଼ିକୁ ବଜେଇବାକୁ ଅନୁମତି ଦେଇ ଓଡ଼ିଶା ପ୍ରସିଦ୍ଧ କଟକ ” ମା ଦୂର୍ଗା ‘ ଙ୍କ ପୂଜା ଓ ଭସାଣି ଶୋଭା ଯାତ୍ରା କୁ ସେହିପରି ଭାବେ ଭାବାବେଗ ସହିତ ଜଡ଼ିତ କରି ସମ୍ପନ୍ନ କରାଯିବା ପାଇଁ କଟକ ସୁରକ୍ଷା ସମିତି ଓ ବିଭିନ୍ନ ପୂଜା କମିଟି ପକ୍ଷରୁ ନିବେଦନ କରାଯାଇଛି।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *