ଡାକ୍ତରଖାନାରେ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ନେଇ ବାରମ୍ବାର ଅଭିଯୋଗ

ରାଜ୍ୟ ସରକାର ରାଜ୍ୟବାସୀଙ୍କୁ
ମୌଳିକ ସେବା ତଥା ସ୍ବାସ୍ଥ୍ୟ ସେବା
ଯୋଗାଇଦେବା ନିମନ୍ତେ କଟକ
ଏସସିବି ମେଡିକାଲ ସମେତ
ରାଜ୍ୟରେ ଥିବା ବିଭିନ୍ନ ଜିଲ୍ଲାର ସ୍ୱାସ୍ଥ୍ୟ
ସେବାକୁ ପ୍ରାଧାନ୍ୟ ଦେଇଆସୁଥ‌ିବା
ବେଳେ ରୋଗୀମାନେ ଉନ୍ନତ ସେବା
ପାଇବା ବଦଳରେ ନିରାଶ ହୋଇ
ଫେରୁଛନ୍ତି । ବିଭିନ୍ନ ସମୟରେ କଟକ ବଡ଼ ଡାକ୍ତରଖାନାରେ ଡାକ୍ତର ନ ରହି ପ୍ରାଇଭେଟ୍ ଡାକ୍ତରଖାନାରେ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସିଛି। ଏଥି ନିମନ୍ତେ ଆଜି ଓଡ଼ିଶା ହାଇକୋର୍ଟର ଆଡଭୋକେଟ କମିଟି ଏସସିବି ମେଡିକାଲ ପରିଦର୍ଶନରେ ଆସିଥିଲେ। ଏଥି ସହିତ ବଡ଼ ଡାକ୍ତରଖାନାର ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସି ଏମ୍ ସି କମିଶନର, ଏସ ସି ବି ର ଡିନ ଅନ୍ୟାନ୍ୟ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *