ଠାକୁରଗଡ ରେ ମା’ ଗଜଲକ୍ଷ୍ମୀ ପୂଜା

ଆଠମଲ୍ଲିକ , ଅନଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ ଗ୍ରାମରେ ଅକ୍ଟୋବର ୧୬ ତାରିଖ କୁମାର ପୂର୍ଣ୍ଣିମା ଦିନ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଙ୍କ ପୂଜା ଉତ୍ସବ ଆଡମ୍ବର ସହ ସ୍ଥାୟୀ ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପୂଜାର୍ଚ୍ଚନା ପାଇଁ ପୁରୋହିତ ଭାବେ କେଶବ ଚନ୍ଦ୍ର ଶତପଥୀ ନିୟୋଜିତ ଥିବା ବେଳେ । ଠାକୁରଗଡ ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ସନ୍ତୋଷ ବିଶ୍ୱାଳ , ସମ୍ପାଦକ ଗଣେଶ୍ୱର ବାରିକ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଯଥାବିଧି ଅନୁଷ୍ଠିତ ହେବାସହ ୨୫ ତାରି ବିସର୍ଜନ କାର୍ଯ୍ୟ ସମ୍ପାଦନ ହେବ। ସୁନ୍ଦର ମେଢ଼ ଓ ଆଲୋକ ସଜ୍ଜିତ ପୂଜା ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କୁ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ଶାନ୍ତି ଶୃଙ୍ଖଳା ସହ ପୂଜା କାର୍ଯ୍ୟକ୍ରମ ଆଗେଇ ଚାଲିଛି। ଆଠମଲ୍ଲିକ ରୁ ବୁଲୁ ଦଳେଇରିପୋର୍ଟ

Leave a Reply

Your email address will not be published. Required fields are marked *