ସ୍ବର୍ଗତ ଅଶୋକ କୁମାର ଶର୍ମାଙ୍କ ବିୟୋଗ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ

କଟକ ମହାନଗର ନିଗମ ପକ୍ଷରୁ ଆଜି ନିଗମ କାର୍ଯ୍ୟାଳୟ ବିଜୁ ଭବନ ସ୍ତିତ ବିଶ୍ୱାନଥ ପଣ୍ଡିତ ପ୍ରେକ୍ଷାଳୟ ଠାରେ ୨୧ନଂ ୱାର୍ଡ କର୍ପୋରେଟର ସ୍ବର୍ଗତ ଅଶୋକ କୁମାର ଶର୍ମାଙ୍କ ବିୟୋଗ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି ।ଅଶୋକ କୁମାର ର୍ଶର୍ମା ସିଏମ୍ ସି ର ୨୧ନଂ ୱାର୍ଡ ରୁ କ୍ରମାଗତ ଭାବରେ ୨ଥର ନିର୍ବାଚିତ ହୋଇଥିଲେ। ୧୯୬୯ ଅକ୍ଟୋବର ୨୨ତାରିଖ ଦିନ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଚଳିତ ଅକ୍ଟୋବର ୯ତାରିଖ ଦିନ ତାଙ୍କର ପରଲୋକ ହୋଇଯାଇଥିଲା । ତାଙ୍କ ବିୟୋଗରେ ମେୟର ସୁବାସ ସିଂହ ଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ସଭାରେ ସି ଏମ୍ ସି ମେୟର , ଡେପୁଟି ମେୟର , ସି ଏମ୍ ସି କମିଶନର, କର୍ପୋରେଟର ଏବଂ କର୍ମଚାରୀ ମାନେ ସ୍ୱର୍ଗତ ଶର୍ମା ଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ ,ନିଷ୍ଠା ପର ଭାବରେ ଜନ ସେବାକୁ ନିଜ କର୍ମକ୍ଷେତ୍ରରେ ଗ୍ରହଣ କରି ନିଜକୁ ସେବା କ୍ଷେତ୍ରରେ ଉତ୍ସର୍ଗ କରିଥିଲେ। ତାଙ୍କର ବିୟଗରେ ଏକ ଅପୂରଣୀୟ କ୍ଷତି ଘଟାଇଲା। ତାଙ୍କର ସେବା ମୂଳକ ମନୋବୃତି ଆମ ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇବା। ପ୍ରାରମ୍ଭରେ ସ୍ୱର୍ଗତ ଶର୍ମାଙ୍କ ଆତ୍ମାର ସାନ୍ତି ଓ ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ଡେପୁଟି ମେୟର ଧନ୍ୟବାଦ ଅର୍ପଣ କରିଥିଲେ ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *