କଟକ ବଡ଼ ଡାକ୍ତରଖାନା ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥ‌ିବାବେଳେ ଟାୱାର କ୍ରେନ୍ ଭାଙ୍ଗି ପଡ଼ିଥିଲା

କଟକ ବଡ଼ ଡାକ୍ତରଖାନା ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥ‌ିବାବେଳେ ଟାୱାର କ୍ରେନ୍ ଭାଙ୍ଗି ପଡ଼ିଥିଲା ।ଏଥ‌ିରେ ଆହତ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସ୍‌ଚାର୍ଜ କରାଯାଇଛି । ସୂଚନାଯୋଗ୍ୟ କ୍ରେନ୍ ରେ ଓଭର୍ ଲୋଡ୍ ଯୋଗୁଁ ଭାଙ୍ଗିଥିବା ଅନୁମାନ କରାଯାଉଛି।ପ୍ରାୟ ଶହେ କୋଡ଼ିଏ ଫୁଟ ଉଚ୍ଚରୁ ଭାଙ୍ଗିଥିବା ଜଣାପଡୁଛି । ତେବେ ଆହତ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଓଡ଼ିଆ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଜଣେ ଅଣଓଡିଆ ସେମାନଙ୍କ ପରିଚୟ ମୁବାରକ ଅନସାରି , ଦିନବନ୍ଧୁ ବେହେରା ଓ ବଂଶୀରାଜ ମଲ୍ଲିକ । ଏଭଳି ଅଘଟଣ ପଛରେ ଅସାବଧାନତା,ଅବହେଳା ନା ଦାୟିତ୍ବହୀନତା କେଉଁ କାରଣ ରହିଛି ସେ ନେଇ ଚର୍ଚ୍ଚା ଜୋର ଧରିଛି ।କାର୍ଯ୍ୟ କରୁଥିବା ଠିକା ସଂସ୍ଥା କହିଛି ୧୩ ମହଲା କାର୍ଯ୍ୟ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କ୍ରେନ୍ ବ୍ୟବହାର କରାଯାଉଥିଲା। କ୍ରେନ୍‌କୁ ଉଚ୍ଚ କରିବା ପାଇଁ ପିନିଂ କରାଯାଉଥ‌ିବା ବେଳେ ଏହା ଖସି ପଡ଼ିଥିଲା । କ୍ଷମତା ଠାରୁ ଅଧିକ ଭାର ପଡ଼ିବାରୁ କ୍ରେନଟି ଭାଙ୍ଗି ଯାଇଥ‌ିବା ଜଣାପଡ଼ିଛି।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *