ଜନ୍ମ ଦିନ ପାଳନ କଲେ ଏକ ନିଆରା ଢଙ୍ଗରେ।

ଯୁବ ସମାଜ ସେବୀ ଡଃ ରଞ୍ଜନ ବିଶ୍ଵାଳ ବିଭିନ୍ନ ସମୟରେ ନିଜର ସ୍ଵତନ୍ତ୍ର କାର୍ଯ୍ୟ ପାଇଁ ସମାଜରେ ପରିଚିତ।ନିଜ ଜନ୍ମ ଦିନରେ ଏକ ବିଶାଳ ରକ୍ତ ଦାନ ଶିବିର ଆୟୋଜନ କରି ସମାଜ ପାଇଁ ଏକ ଭଲ ବାର୍ତ୍ତା ପ୍ରଦାନ କରିଛନ୍ତି। ତେବେ ଏହି ରକ୍ତ ଦାନ ଶିବିର ରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରେଡ କ୍ରସ୍ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ,ସଏଦ ଏକାମ୍ର ହୁସେନ, କର୍ପୋରେଟର ବନଲତା ପ୍ରଧାନ, ଦିପ୍ତିମୟୀ ମୂଳିଆ, ଯୁବକ, ଛାତ୍ର, ବହୁ ବରିଷ୍ଠ ନେତୃମଣ୍ଡଳୀ,ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ। କଟକ ଦୋଲମୁଣ୍ଡେଇ ସ୍ଥିତ ଆକବରୀ ହୋଟେଲ ରେ ଆୟୋଜିତ ଏହି ଶିବିର ରେ ପ୍ରାୟ ୨୦୦ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଆଗାମୀ ଦିନରେ ଏହିପରି ସାମାଜିକ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ଡଃ ବିଶ୍ଵାଳ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *