ବୈଠକ ଅଧାରୁ ଉଠି ଚାଲିଗଲେ ୩୪ନଂ ୱାର୍ଡ କର୍ପୋରେଟର ଦୀପକ ଦାସ।

ସମ୍ଭାବ୍ୟ ବାତ୍ୟା ପାଇଁ ସି ଏମ୍ ସି ର ଏକ ପ୍ରସ୍ତୁତି ବୈଠକ ଚାଲିଥିବା ବେଳେ ବୈଠକ ଅଧାରୁ ଉଠି ଚାଲିଗଲେ ୩୪ନଂ ୱାର୍ଡ କର୍ପୋରେଟର ଦୀପକ ଦାସ। ମୁଖ୍ୟତଃ ସହର ପ୍ରମୁଖ ଡ୍ରେନ ଗୁଡ଼ିକର ମରାମତି କରାଯାଉ ନାହିଁ କିମ୍ବା ସେଥିରୁ ପଙ୍କ କଢ଼ା ଯାଉ ନାହିଁ ତଥା ଯେଉଁ ଭଳି ଭାବେ ବିଦ୍ୟୁତ୍ ତାର ଗୁଡ଼ିକ ରାସ୍ତାରେ ଝୁଲି ରହୁଛି ସେଥିପାଇଁ ଜନ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଠିକ୍ ସମୟରେ ପାଣି ମଧ୍ୟ ଆସୁନାହିଁ।
ସହର ର ପ୍ରମୁଖ ସମସ୍ୟା ଗୁଡିକୁ ସି ଏମ୍ ସି ସମାଧାନ ଦିଗରେ ବାରମ୍ବାର ବିଫଳ ହେଉଥିବା ବେଳେ କିପରି ବାତ୍ୟାକୁ ମୁକାବିଲା କରିବ ତାହା ବର୍ତମାନ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *