ରିକ୍ସା ଚାଳକଙ୍କୁ ସହାୟତାର ହାତ ବଢ଼ାଇଛି ସ୍ବେଚ୍ଛାସେବୀ ଅନୁଷ୍ଠାନ “ଗୁଣ୍ଡୁଚି ମୂଷା “।

ସ୍ୱାର୍ଥପର ଦୁନିଆଁରେ ଗରିବ ଅସହାୟ ରିକ୍ସା ଚଳାଉଥିବା ଲୋକ ମାନଙ୍କୁ ସହଯୋଗର ହାତ ବଢ଼ାଇଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଣ୍ଡୁଚି ମୂଷା। ଗୁଣ୍ଡୁଚିମୂଷା ଭଳି ଆକାରରେ ଛୋଟ ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କଟକ ସହରର ବିଭିନ୍ନ ଅଞ୍ଚଳରେ ରିକ୍ସା ଟାଣୁଥିବା ପ୍ରାୟ ୧୫୦ରୁ ଉର୍ଦ୍ଧ ରିକ୍ସା ଚାଳକ ଙ୍କୁ ବାଲ୍ଟି, ବିସ୍କୁଟ, ଲୁଙ୍ଗି, ଗାମୁଛା, ସାର୍ଟ, ଟାୱେଲ ଆଦି ବଣ୍ଟା ଯାଇଛି। ତେବେ ଦିନକୁ ଦିନ ସହରରେ ଅଟୋ ରିକ୍ସା ର ପରିମାଣ ବୃଦ୍ଧି ପାଉଥିବାରୁ ରିକ୍ସା ଚାଳକ ମାନଙ୍କର ରୋଜଗାର ପ୍ରାୟ କମିବାରେ ଲାଗିଛି। ଅବସରପ୍ରାପ୍ତ ନିଜର ସାଙ୍ଗ ମାନଙ୍କ ସହଯୋଗରେ ଗୁଣ୍ଡୁଚି ମୂଷା ନାମକ ଏହି ଅନୁଷ୍ଠାନ ଗଢି ଏବଂ ନିଜ ପେନସନ ଟଙ୍କାରେ ଅଭାବ ଅନଟନ ରେ ଦିନ କାଟୁଥିବା ରିକ୍ସା ଚାଳକ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସାହାଯ୍ୟ କରାଯାଉଛି ତଥା ଏହି ଛୋଟ ପଦକ୍ଷେପ ତାଙ୍କୁ ଅନେକ ଖୁସି ପ୍ରଦାନ କରୁଛି ବୋଲି କହିଛନ୍ତି ଏହାର ସଭାପତି ଶୁଭ୍ରାଂଶୁ ମୋହନ ପରିଡା। ଏହି କାର୍ଯ୍ୟକ୍ରମରେ ହିମାଂଶୁ ମୋହନ ପରିଡା, ବିପିନ ବିହାରୀ ନାୟକ, ପୁସ୍ପାଙ୍କ ବାନାର୍ଜୀ, ଅରୁଣ ପତି, ମାନସ ପରିଡ଼ା, ଦେବବ୍ରତ ବର୍ମା, ଗୌତମ ସିକଦାର ପ୍ରମୁଖ ଉପସ୍ଥିତ ଥିଲେ।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *