ବାର୍ଷିକ ସ୍ୱାଗତମ କାର୍ଯ୍ୟକ୍ରମ ଅନୁଷ୍ଠିତ


ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ସ୍ଥିତ ଥିବା ଶ୍ରୀଗୋପାଳ ହଷ୍ଟେଲ ଏବଂ ଟ୍ୟୁଟୋରିଅ!ଲ ରେ ବାର୍ଷିକ ସ୍ୱାଗତମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ପ୍ରଥମେ ଅତିଥିମାନଙ୍କୁ ଫୁଲ ଚନ୍ଦନ ଦେଇ ଛାତ୍ରଛାତ୍ରୀ ମାନେ ସ୍ୱାଗତ କରି ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ.ପରେପ୍ରଭୁ ଜଗନ୍ନାଥ ଙ୍କୁ ପ୍ରଦୀପ ପ୍ରଜ୍ୱଳନ କରି ସଭା ଆରମ୍ଭ କରିଥିଲେ. ସଭା ମଧ୍ୟରେ କେକ୍ କାଟି ସମସ୍ତ ଛାତ୍ରଛାତ୍ରୀ ଅତିଥିମାନେ କେକ୍ ଖାଇ ଖୁସି ମନାଇଥିଲେ. ପରେ ଅତିଥିମାନେ ଅଭିଭାଷଣ ଦେଇଥିଲେ. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ ସଂଗ୍ରାମକେଶରୀ ପୃଷ୍ଟି, ମୁଖ୍ୟ ବକ୍ତା ଅବସରପ୍ରାପ୍ତ ଶିକ୍ଷକ ଦିବାକର ସାହୁ ସରପଞ୍ଚ ଚାରୁଲତା ମିଶ୍ର,ରାମକୃଷ୍ଣ ଶିକ୍ଷାନୁଷ୍ଠାନ ର ପ୍ରିନସିପାଲ ଗୋବିନ୍ଦ ଚନ୍ଦ୍ର ନାୟକ,ଶ୍ରୀଗୋପାଳ ହଷ୍ଟେଲ ଅଧକ୍ଷ ସୁଜିତ କୁମାର ବେହେରା, ଛନ୍ଦ ସାର ଓ ବହୁ ଅଭିଭାବକ ଯୋଗ ଦେଇଥିଲେ. ମୂଖ୍ୟ ଅତିଥି ପୃଷ୍ଟି ସାର ଗୁରୁ ଶିଷ୍ୟ ର ସମ୍ପର୍କ ବୁଝାଇଥିଲେ.ନୂତନ କରି ଏବର୍ଷ ନାମ ଲେଖେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇଥିଲେ.ଏହି କାର୍ଯ୍ୟକ୍ରମ ରେ ଗୀତ ନାଚ, ଡ୍ରାମା ହୋଇଥିଲା. ପରି ଶେଷରେ ସମସଙ୍କ ପାଇଁ ଖାଦ୍ୟ ର ଆୟୋଜନ ହୋଇଥିଲା. ଏହି କାର୍ଯ୍ୟକ୍ରମ କୁ ହଷ୍ଟେଲ ର ଜିତୁ ସାର, ବାଘ ସାର, ଚନ୍ଦନ ସାର, ସୁନୀଲ ସାର, ମଣ୍ଟୁ ସାର ଓ ସମସ୍ତ ଶିକ୍ଷକ ବୃନ୍ଦ ସହଯୋଗ କରିଥିଲେ..ଆଠମଲ୍ଲିକ ରୁବୁଲୁଦଳେଇରିପୋର୍ଟ

Leave a Reply

Your email address will not be published. Required fields are marked *