ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋସଙ୍କ ସିଟି ହସ୍ପିଟାଲରେ ସମୀକ୍ଷା ବୈଠକ

ନିର୍ବାଚନ ଜିତିବା ପରେ ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋସ ଏବେ ଆକ୍ସନ ମୁଡ ରେ। ବିଭିନ୍ନ ସମୟରେ ସ୍କୁଲ୍,ମେଡ଼ିକାଲ ଓ ସରକାରୀ କାର୍ଯ୍ୟାଳୟ କୁ ଯାଇ ସ୍ଥିତି ପରଖିବା ସହିତ ବିଭିନ୍ନ ଅବ୍ୟବସ୍ଥା ବିଷୟରେ ବିଭାଗୀୟ କତୃପକ୍ଷ ଙ୍କ ସହ ଆଲୋଚନା କରିବା ସହିତ ଏହାର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି। ତେବେ ଆଜି ସୋଫିଆ ନିଜର ଏକ ଟିମ୍ ସହିତ କଟକ ସିଟି ହସ୍ପିଟାଲ ପରିଦର୍ଶନ କରି ଏକ ସମୀକ୍ଷା ବୈଠକ କରିଛନ୍ତି। କଟକ ବାସୀଙ୍କ ପାଇଁ ନିର୍ମିତ ବହୁ ପୁରାତନ ଏହି ସିଟି ହସ୍ପିଟାଲ ନିର୍ମାଣ ହୋଇଛି ସତ କିନ୍ତୁ ବାସ୍ତବରେ ଏହି ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର ନଥିବା ଓ ଆବଶ୍ୟକୀୟ ଚିକିତ୍ସା ଅଭାବ ସାଧାରଣ ରେ ଏକ ଚର୍ଚ୍ଚାର ବିଷୟ।କଟକ ବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ନିର୍ମିତ ଏହି ଡାକ୍ତରଖାନା ରେ ରୋଗୀ ସେବା ବ୍ୟାହତ ହେବା ମଧ୍ୟ ନିଶ୍ଚିତ ଏକ ଦୁଃଖଦଃ ଘଟଣା। ସେଥିପାଇଁ ରୋଗୀ ମାନେ ଏସ ସି ବି ମେଡ଼ିକାଲ ଯିବାକୁ ବାଧ୍ୟ ହୋଇ ଛନ୍ତି। ମୁଖ୍ୟତଃ ରାଜ୍ୟ ସରକାର କରିଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ପାଇଁ ଦୂର ଦୁରାନ୍ତରୁ ଆସୁଥିବା ହିତାଧିକାରୀ ମାନେ ତାଙ୍କର ସୁବିଧା ପାଉ ନ ଥିବା ବେଳେ ସାମ୍ବାଦିକଙ୍କୁ ଦୁର୍ବବ୍ୟବହାର ଏକ ଲଜ୍ଜା ଜନକ ଘଟଣା।ତେବେ ଆଜିର ସମୀକ୍ଷା ବୈଠକରେ ବିଧାୟିକା ହସ୍ପିଟାଲ କତୃପକ୍ଷଙ୍କ ସହ କଣ ଆଲୋଚନା କରୁଛନ୍ତି ଓ ଅବ୍ୟବସ୍ଥା ର ସମାଧାନ ପାଇଁ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *